www.samajalive.in
Monday, December 8, 2025
27.1 C
Bhubaneswar

ପୁଣି କାଶୀପୁର ବ୍ଲକରେ ଜନନୀ ଯନ୍ତ୍ରଣା, ଗାଁକୁ ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁୁହା ହେଲେ ଗର୍ଭବତୀ

ଖାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ଏଭଳି ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଥିଲେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁନି। ରାସ୍ତାନଥିବାରୁ ଗାଁକୁ ଆମ୍ବୁଲାନସ ନଯିବାରୁ ଆମ୍ବୁଲାନସ ଚାଳକଙ୍କ ସମେତ ଗ୍ରାମବାସୀଙ୍କ ସହାୟତାରେ ଷ୍ଟ୍ରେଚରରେ ପ୍ରାୟ ୩କି.ମି ପାହାଡିଆ ଦୁର୍ଗମ ପଥୁରିଆ ରାସ୍ତାରେ ନାଳ ନଇଁ ଡେଇଁ ଆମ୍ବୁଲାନସ ନିକଟକୁ ଗର୍ଭବତୀ ମହିଳାଙ୍କୁ ଆଣିଥିଲେ । ଏଭଳି ଲଜ୍ଜା ଜନକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲା କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ କୁନ୍ଦୁରୁଶିଳ ଗ୍ରାମରେ। କାଶୀପୁର ବ୍ଲକର ଡଙ୍ଗାସିଲ ଗ୍ରାମ ପଞ୍ଚାୟତ ଅଧିନରେ ଥିବା କୁନ୍ଦୁରୁଶିଳ ଗ୍ରାମକୁ ଏ ପର୍ଯ୍ୟନ୍ତ ରାସ୍ତା ନାହିଁ। ତାହାର ପରିଣାମ ସୂରୁପ ଆଜି ଏକ ଗର୍ଭବତୀ ମାଆ କଳପନି ମାଝୀ (୨୦) ସ୍ବାମୀ ପରମା ମାଝୀ କୁନ୍ଦୁରଶିଳ ଗ୍ରାମରେ ପ୍ରସବ ବେଦନାରେ ଛଟପଟ ହେଉଥିବା ବେଳେ ପରିବାର ଲୋକେ ୧୦୨ ଗାଡିକୁ ଯୋଗାଯୋଗ କରିଥିଲେ। ହେଲେ ଦୁର୍ଭାଗ୍ୟ ବସତଃ ଗାଁକୁ ରାସ୍ତାଟିଏ ନଥିବାରୁ ମାତ୍ର ୩୫ କି.ମି ଆମ୍ବୁଲାନସ ଯାଇ ବାକି ପ୍ରାୟ ୩ କି.ମି ରାସ୍ତା ନଥିବାରୁ ଯାଇ ପାରିନଥିଲା। ଏନେଇ ନଦିନାଳ, ପଥୁରିଆ ରାସ୍ତା ସହ ପାହାଡିଆ ରାସ୍ତାରେ ଯିବାକୁ ପଡୁଥିବାରୁ ୧୦୨ ଆମ୍ବୁଲାନସ ଗନ୍ଥବ୍ୟ ସ୍ତଳରେ ପହଞ୍ଚିବାରେ ବିଫଳ ହୋଇ ବେଲଗଛତୁଣ୍ଡା ଠାରେ ଅଟକି ରହିଥିଲା। ୧୦୨ ଆମ୍ବୁଲାନ୍ସ ଚାଳକ ପରିକ୍ଷିତ ନାଏକ, ପରିବାର ଲୋକେ ଏବଂ ଗ୍ରାମବାସୀଙ୍କ ସହାୟତାରେ ଏକ ଷ୍ଟ୍ରେଚରରେ ଗର୍ଭବତୀ ମାଆକୁ ପଥୁରିଆ ରାସ୍ତା ନାଳ ନଇଁ ପାର କରି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ପ୍ରଶବ ବେଦନା ଅତ୍ୟାଧିକ ହେବାରୁ ତୁରନ୍ତ ସେଠାରୁ ୧୦୨ ଆମ୍ବୁଲାନସ ଯୋଗେ ଟିକିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଟିକିରି ସ୍ବାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିବା ବେଳେ ମାଆ ଏବଂ ଶିଶୁର ସ୍ବାସ୍ଥ୍ୟବସ୍ଥା ସଠିକ୍ ଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories