www.samajalive.in
Monday, December 8, 2025
20.1 C
Bhubaneswar

ନେତୃତ୍ବ ନେବା ଖବରକୁ ଡି’ଭିଲିୟର୍ସଙ୍କ ଖଣ୍ଡନ

ଜୋହାନସବର୍ଗ : ପୁଣିଥରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍‍ ଦଳର ନେତୃତ୍ୱ ନେବା ପାଇଁ ଅବସର ନେଇ ସାରିଥିବା ଖ୍ୟାତନାମା ବ୍ୟାଟ୍‍ସମ୍ୟାନ୍‍ ଏବି ଡି’ଭିଲିୟର୍ସଙ୍କୁ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ (ସିଏସ୍‍ଏ) ପ୍ରସ୍ତାବ ଦେଇଥିବା ସ୍ଥାନୀୟ ଟିଭି ଚ୍ୟାନେଲ୍‌ରେ ଖବର ପ୍ରସାରିତ ହୋଇଥିଲା। ତେବେ ଏହି ଖବରକୁ ଡି’ଭିଲିୟର୍ସ ଖଣ୍ଡନ କରିଛନ୍ତି। ଜାତୀୟ ଦଳ ପାଇଁ ଖେଳିବା ଲାଗି ଡି’ଭିଲିୟର୍ସ ପୂରା ବ୍ୟାଟିଂ ଫର୍ମରେ ଥିବା ନିଶ୍ଚିତ କରିବାକୁ ଚାହାନ୍ତି। ବିସ୍ଫୋରକ ବ୍ୟାଟ୍‍ସମ୍ୟାନ୍‍ ଏବି ଡି’ଭିଲିୟର୍ସ ୨୦୧୮ ମେ’ରେ ସମସ୍ତ ଫର୍ମାଟର କ୍ରିକେଟ୍‍ରୁ ଅବସର ଘୋଷଣା କରିଥିଲେ।

ତେବେ ଗତ ୧ ବର୍ଷ ହେଲା ଡି’ଭିଲିୟର୍ସ ଆନ୍ତର୍ଜାତିକ କ୍ରିକେଟ୍‍କୁ ଫେରିବାର ଆଲୋଚନା ଜୋର୍‍ସୋରରେ ଚାଲିଛି। ଏପରିକି ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇଥିଲା ଯେ ଗତବର୍ଷ ଇଂଲଣ୍ଡରେ ଆୟୋଜିତ ୫୦ ଓଭର ବିଶ୍ୱକପ୍‍ ଖେଳିବା ପାଇଁ ଡି’ଭିଲିୟର୍ସ ଆଗ୍ରହ ପ୍ରକାଶ କରିଥିଲେ। ତେବେ ବହୁତ ବିଳମ୍ବ ହୋଇ ଯାଇଥିବାରୁ ସିଏସ୍‍ଏ ଏହି ପ୍ରସ୍ତାବରେ ରାଜି ହୋଇନଥିଲେ। ତେବେ ଅବସରରୁ ଫେରିବା ସହ ଦକ୍ଷିଣ ଆଫ୍ରିକା ଦଳର ନେତୃତ୍ୱ ନେବାକୁ ସିଏସ୍‍ଏ ଦେଇଥିବା ସଦ୍ୟତମ ପ୍ରସ୍ତାବ ଉପରେ ଏବି ଡି’ଭିଲିୟର୍ସ କହିଛନ୍ତି, ଏବେ ମଧ୍ୟ ଦକ୍ଷିଣ ଆଫ୍ରିକା ଦଳ ପାଇଁ ଖେଳିବାର ସ୍ପୃହା ମୋଠାରେ ରହିଛି। ଏବେ ସିଏସ୍‍ଏ ମୋତେ ପୁଣିଥରେ ଦକ୍ଷିଣ ଆଫ୍ରିକା ଦଳର ନେତୃତ୍ୱ ନେବାକୁ ଅନୁରୋଧ କରିଛି। ୩୬ ବର୍ଷ ବୟସ୍କ ଡି’ଭିଲିୟର୍ସ ଦକ୍ଷିଣ ଆଫ୍ରିକା ପାଇଁ ୧୧୪ଟି ଟେଷ୍ଟ, ୨୨୮ଟି ଦିନିକିଆ ଓ ୭୮ଟି ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳିଛନ୍ତି। ସିଏସ୍‍ଏର ପ୍ରସ୍ତାବ ବିଷୟରେ ଡି’ଭିଲିୟର୍ସ କହିଛନ୍ତି, ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୋତେ ଶ୍ରେଷ୍ଠ ବ୍ୟାଟିଂ ଫର୍ମରେ ରହିବାକୁ ପଡ଼ିବ। ମୋ ପାଖରେ ଯେଉଁ ଖେଳାଳି ଥିଲେ; ତାଙ୍କଠାରୁ ଯେପରି ଭଲ ପ୍ରଦର୍ଶନ କରିବି; ତାହା ନିଶ୍ଚିତ କରିବାକୁ ଚାହେଁ। ଯେତେବେଳେ ମୁଁ ମନେକରିବି ଯେ ଦକ୍ଷିଣ ଆଫ୍ରିକା ଦଳରେ ସ୍ଥାନ ପାଇବାକୁ ହକ୍‍ଦାର; ସେତେବେଳେ ଚୂଡ଼ାନ୍ତ ଏକାଦଶରେ ଖେଳିବାର ନିଷ୍ପତ୍ତି ନେବା ମୋ ପାଇଁ ଅଧିକ ସହଜ ହୋଇଯିବ। ବହୁତଦିନ ହେଲା ଦକ୍ଷିଣ ଆଫ୍ରିକା ପାଇଁ ଖେଳିନାହିଁ। ତେଣୁ ମୋତେ ନିଶ୍ଚିତ କରିବାକୁ ପଡ଼ିବ ଯେ ଆନ୍ତର୍ଜାତିକ କ୍ରିକେଟ୍‍ ଖେଳିବାକୁ ଏବେ ବି ଯୋଗ୍ୟ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories