www.samajalive.in
Monday, December 8, 2025
17.1 C
Bhubaneswar

ଜୁନ୍ ପୂର୍ବରୁ ଅଫିସ୍ ଫେରିବେ ନାହିଁ ଗୁଗୁଲ୍ କର୍ମଚାରୀ : ସୁନ୍ଦର ପିଚାଇ

ନୂଆଦିଲ୍ଲୀ : ତାଲାବନ୍ଦ ପାଇଁ ବିଶ୍ଵରେ ଅଧିକାଂଶ କର୍ମଚାରୀ ଘରେ ରହି କାମ କରୁଛନ୍ତି। ଗୁଗୁଲ୍ ଏବଂ ଫେସବୁକ୍ ଭଳି ବଡ଼ କମ୍ପାନୀର କର୍ମଚାରୀମାନେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଘରୁ କାମ କରୁଛନ୍ତି। ତେବେ ଅନେକ ଦେଶରେ ବର୍ତ୍ତମାନ ଲକଡ଼ାଉନ୍ ଉଠାଯାଇଛି ଏବଂ ଲୋକମାନେ କାମକୁ ଫେରୁଛନ୍ତି। କିନ୍ତୁ ଗୁଗୁଲ୍ ଏନେଇ ଅନିଛା ପ୍ରକାଶ କରିଛି। ଗୁଗୁଲ ସିଇଓ ସୁନ୍ଦର ପିଚାଇ କହିଛନ୍ତି ଯେ, ଜୁନ୍ ପୂର୍ବରୁ ଗୁଗୁଲର କୌଣସି କର୍ମଚାରୀ ଅଫିସ୍ ଫେରିବ ନାହିଁ।
ବ୍ଲୁମବର୍ଗଙ୍କ ରିପୋର୍ଟ ଅନୁଯାୟୀ, ସମସ୍ତ କର୍ମଚାରୀଙ୍କୁ ଇ-ମେଲ ମାଧ୍ୟମରେ ଏ ସମ୍ପର୍କରେ ଅବଗତ କରାଯାଇଛି। ଏକ ଇ-ମେଲରେ ସୁନ୍ଦର ପିଚାଇ କହିଛନ୍ତି ଯେ, ଜୁନ୍ ପୂର୍ବରୁ କର୍ମଚାରୀମାନେ କମ୍ପାନି ଆସି କାର୍ୟ୍ୟ କରିବା ସମ୍ଭବ ନୁହେଁ। ପିଚାଇ ତାଙ୍କ କର୍ମଚାରୀମାନଙ୍କୁ ନିଜ ସହିତ ପରିବାର ସଦସ୍ୟଙ୍କ ଯତ୍ନ ନେବା ପାଇଁ ପରାମର୍ଶ ଦେଇଛନ୍ତି। ଯେଉଁମାନଙ୍କର ପରିବାରରେ କୌଣସି ଅସୁବିଧା ଅଛି ସେମାନେ ଏଥିପାଇଁ ସେମାନେ ସେମାନଙ୍କର ମ୍ୟାନେଜରଙ୍କ ସହ କଥା ହେବା ଉଚିତ ଏବଂ ସୁବିଧା ଅନୁଯାୟୀ ଘରୁ କାମ କରିବା ଉଚିତ୍ ବୋଲି ସୁନ୍ଦର ପିଚାଇ ପରାମର୍ଶ ଦେଇଛନ୍ତି।
କର୍ମଚାରୀଙ୍କୁ ପଠାଯାଇଥିବା ମେଲରେ ପିଚାଇ ଆହୁରି ଲେଖିଛନ୍ତି ଯେ, ଯେବେ ଅଫିସ ଖୋଲାଯିବ ଅଫିସରେ ସମସ୍ତଙ୍କ ପାଇଁ ଅଲଗା ସ୍ଥାନ ରହିବ। ଯାହାର ଗାଇଡଲାଇନ ମଧ୍ୟ ଭିନ୍ନ ହେବ।
ଉଲ୍ଲେଖ ଯୋଗ୍ୟ, ଗୁଗୁଲର ମୁଖ୍ୟାଳୟ ଆମେରିକାର କାଲିଫର୍ଣ୍ଣିଆରେ ଅବସ୍ଥିତ। ଯେଉଁଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୫,୦୩୧ ଏବଂ ୧୮୦୯ ଜଣଙ୍କର ମୃତ୍ୟୁ ହୋଇଛି। କରୋନା ଭୂତାଣୁ ଦ୍ୱାରା ଆମେରିକା ଅଧିକ ପ୍ରଭାବିତ ହୋଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories