www.samajalive.in
Monday, December 8, 2025
17.1 C
Bhubaneswar

ଚୀନ ବିରୋଧରେ କଠୋର ତଦନ୍ତ ଚାଲିଛି, ଜର୍ମାନୀ ତୁଳନାରେ ଅଧିକ କ୍ଷତିପୂରଣ ନେବୁ: ଟ୍ରମ୍ପ

ୱାଶିଂଟନ: କରୋନା ଭୂତାଣୁ ପ୍ରସଙ୍ଗରେ ଚୀନ ବିରୋଧରେ ଆମେରିକା କଠୋର ତଦନ୍ତ ଚଳାଇଛି। ଏହି ମହାମାରୀ ଭୂତାଣୁ କିପରି ସୃଷ୍ଟି ହୋଇଛି ତାହା ଉପରୁ ଖୁବଶୀଘ୍ର ପରଦା ଉଠିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଏହା ସହିତ ଆମେରିକା ଚୀନଠାରୁ ୧୨.୪୧ ଲକ୍ଷ କୋଟିରୁ ଅଧିକ କ୍ଷତିପୂରଣ ନେବ, ଯାହା ଜର୍ମାନୀ ଚୀନଠାରୁ ଦାବି କରିଥିବା କ୍ଷତିପୂରଣଠାରୁ ଅଧିକ ବୋଲି ଟ୍ରମ୍ପ କହିଛନ୍ତି।

ଆମେରିକା, ବ୍ରିଟେନ ଏବଂ ଜର୍ମାନୀ ପକ୍ଷରୁ କୁହାଯାଇଛି, ଯଦି ଚୀନ ଉପଯୁକ୍ତ ପଦକ୍ଷେପ ନେଇଥାନ୍ତା, ତେବେ ପ୍ରାଥମିକ ପର୍ଯ୍ୟାୟରୁ ଏହି ଭୂତାଣୁ ବ୍ୟାପିବାରୁ ରୋକାଯାଇ ପାରିଥାନ୍ତା। ଫଳରେ ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟି ନ ଥାନ୍ତା କି ବିଶ୍ଵ ଅର୍ଥବ୍ୟବସ୍ଥାକୁ ନଷ୍ଟ ହେବାରୁ ରକ୍ଷା କରାଯାଇ ପାରିଥାନ୍ତା। କିନ୍ତୁ ଚୀନ ଅବହେଳାରୁ କରୋନା ଭୂତାଣୁ ସାରା ବିଶ୍ଵକୁ କ୍ଷତିଗ୍ରସ୍ତ କରିଥିବାରୁ ଏବେ ଅନେକ ଦେଶ ଚୀନଠାରୁ କ୍ଷତିପୂରଣ ଦାବି କରୁଛନ୍ତି।

- Advertisement -

ଟ୍ରମ୍ପ କହିଛନ୍ତି, ଏହି ଭୂତାଣୁ ଯୋଗୁ କେବଳ ଆମେରିକା ନୁହେଁ, ବିଶ୍ଵବ୍ୟାପୀ ବ୍ୟାପକ କ୍ଷତି ଘଟିଛି। ଏହି ଭୂତାଣୁ ବ୍ୟାପିବା ପଛରେ ଚୀନକୁ ଦାୟୀ କରିବାରେ ଅନେକ ରାସ୍ତା ରହିଛି। ଆମେରିକା ଏହି ପ୍ରସଙ୍ଗରେ ଗମ୍ଭୀର ଭାବେ ତଦନ୍ତ କରୁଛି ଏବଂ ଚୀନର କାର୍ଯ୍ୟକଳାପ ଉପରେ ଆଦୌ ଖୁସି ନାହିଁ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories