www.samajalive.in
Thursday, December 11, 2025
27.1 C
Bhubaneswar

ଦକ୍ଷିଣ ଓଡ଼ିଶାର ୩ ଜିଲାରେ ଉନ୍ନୟନ କମିଶନର, ୫-ଟି ସଚିବଙ୍କ ଅନୁଧ୍ୟାନ

ଭୁବନେଶ୍ବର(ବ୍ୟୁରୋ): ଲକ୍ଡ଼ାଉନ କାଳରେ ଛତିଶଗଡ଼ ଓ ଆନ୍ଧ୍ର ସୀମା ଉପରେ କଡ଼ା ନଜର ରଖିବାକୁ ସମ୍ପୃକ୍ତ ଜିଲାର ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି । ଛତିଶଗଡ଼ ଓ ଆନ୍ଧ୍ର ସୀମା ସହ ଦକ୍ଷିଣ ଓଡ଼ିଶାର ବହୁ ଅଞ୍ଚଳ ସଂଯୋଗ ରହିଛି ଏବଂ ଗଳାବାଟରେ ଲୋକମାନେ ଆତଯାତ ହେଉଥିବା ସୂଚନା ମିଳିବା ପରେ ରାଜ୍ୟସରକାରଙ୍କର ଦୁଇ ବରିଷ୍ଠ ଅଧିକାରୀ ସମ୍ପୃକ୍ତ ଜିଲାର ଅଧିକାରୀମାନଙ୍କୁ ଏଥିନେଇ ସତର୍କ କରାି ଦେଇଛନ୍ତି । ଗୁରୁବାର  ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ.ପାଣ୍ଡିଆନ ଆଦିବାସୀ ଅଧ୍ୟୁଷିତ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲା ଗସ୍ତ କରିଥିଲେ। ସେମାନେ ଏହି ତିନିଟି ଜିଲାର କୋଭିଡ ହସ୍ପିଟାଲ ବୁଲି ଦେଖିବା ସହ ଡାକ୍ତର, ଜିଲାପାଳ ଓ ଏସପିଙ୍କ ସହ ଆଲୋଚନା କରିଥିଲେ।

ରାଜ୍ୟ ସରକାରଙ୍କ ଏହି  ଦୁଇ ବରିଷ୍ଠ ଅଧିକାରୀ କରୋନା ମୁକାବିଲା ପାଇଁ ବିଭିନ୍ନ  ସ୍ଥାନରେ ଖୋଲା ଯାଇଥିବା କୋଭିଡ ହସ୍ପିଟାଲ ପରିଦର୍ଶନ ସହ ଲକ ଡାଉନ ସ୍ଥିତିର ନିୟମିତ ସମୀକ୍ଷା ଚଳାଇଛନ୍ତି। ବିଭିନ୍ନ ଜିଲା ଗସ୍ତ କରି ସେଠାରେ ଥିବା ସମସ୍ୟାର ସମାଧାନ କରିବା ଏବଂ ସୀମାବର୍ତ୍ତୀ ଅଞ୍ଚଳ ଉପରେ କଡ଼ା ନଜର ରଖିବାକୁ ଜିଲାପାଳ ଓ ଏସପିମାନଙ୍କୁ ନିର୍ଦେଶ ଦେଉଛନ୍ତି। ଏହାବ୍ୟତୀତ ଲକ ଡାଉନ ଉଠିବା ପରେ ଫେରିବାକୁ ଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ସମୀକ୍ଷା  କରିଛନ୍ତି ।

- Advertisement -

ପ୍ରବାସୀ ଓଡ଼ିଆଙ୍କ ପ୍ରତ୍ୟାବର୍ତ୍ତନ ନେଇ ପ୍ରସ୍ତୁତି ଉପରେ ସମୀକ୍ଷା
ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଏବଂ ବିକ୍ରିବଟା ଉପରେ ଗୁରୁତ୍ବ
ମନରେଗା କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦେଶ

ଅନୁଧ୍ୟାନ କଲେ ତିନି ଜିଲାର କୋବିଦ-୧୯ ଡ଼ାକ୍ତରଖାନା 

ଶ୍ରୀ ମହାପାତ୍ର ଓ ଶ୍ରୀ ପାଣ୍ଡିଆନ ସଂପୃକ୍ତ ଜିଲାର ଜିଲାପାଳମାନଙ୍କ ସହ ଲକ ଡାଉନ ସ୍ଥିତି ସମ୍ପର୍କରେ ଆଲୋଚନା ବେଳେ ଅନ୍ୟ ରାଜ୍ୟରୁ ଆସିବାକୁ ଥିବା ଓଡ଼ିଆଙ୍କ ପଞ୍ଜୀକରଣ, ରହିବା ଓ ଖାଇବା ନେଇ କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ ବୁଝିଥିଲେ। କୃଷି କାର୍ଯ୍ୟକୁ ଗୁରୁତ୍ବ ଦେବା ସହ ଲଘୁ ବନଜାତ ଦ୍ରବ୍ୟର ସଂଗ୍ରହ ଏବଂ ବିକ୍ରିବଟା ନେଇ ପଦକ୍ଷେପ ନେବାକୁ ସେମାନେ ପରାମର୍ଶ ଦେଇଛନ୍ତି । ମନରେଗା କାର୍ଯ୍ୟ ତ୍ବରାନ୍ବିତ କରିବା ଓ ଖାଦ୍ୟ ସୁରକ୍ଷାରୁ ଯେପରି ଜଣେ ବି ଯୋଗ୍ୟ ହିତାଧିକାରୀ ବାଦ ନପଡ଼ିବେ ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି। ସେହିପରି ଲକ ଡାଉନ ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା, କୃଷି ସାମଗ୍ରୀର ସୁଗମ ପରିବହନ ଏବଂ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ ଆନ୍ତଃରାଜ୍ୟ ସୀମା ଉପରେ ନଜର ରଖିବାକୁ ସେମାନେ ଏସପିମାନଙ୍କୁ ପରାମର୍ଶ ଦେଇଛନ୍ତି।
ଏହି ଦୁଇ ଅଧିକାରୀ କୋରାପୁଟ ଜିଲା ଜୟପୁର ଉପଖଣ୍ଡସ୍ତରୀୟ ହସ୍ପିଟାଲରେ କାର୍ଯ୍ୟକ୍ଷମ ହୋଇଥିବା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ, ମାଲକାନଗିରି ଜିଲା ମୁଖ୍ୟାଳୟର ପୁରୁଣା ହସ୍ପିଟାଲରେ କାର୍ଯ୍ୟକ୍ଷମ ହୋଇଥିବା‌ ୧୦୦ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଏବଂ ନବରଙ୍ଗପୁର ବିଇଡି କଲେଜରେ ଖୋଲିଥିବା ୨୦୦ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ବୁଲି ଦେଖିଥିଲେ। ସେଠାରେ ସେମାନେ ମାନବସମ୍ବଳ, ଆଇସିୟୁ , ଔଷଧ ଏବଂ ଚିକିତ୍ସା ବ୍ୟବସ୍ଥା ଉପରେ ଡାକ୍ତର ଏବଂ ଜିଲାପାଳଙ୍କ ସହ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ଯେ କୋରାପୁଟ ଓ ମାଲକାନଗିରି କୋଭିଡ ହସ୍ପିଟାଲକୁ ରାଜ୍ୟ ସରକାର ପରିଚାଳନା କରୁଥିବା ବେଳେ ନାଲକୋର ଆର୍ଥିକ ସହାୟତାରେ ଖ୍ରୀଷ୍ଟିଆନ ହସ୍ପିଟାଲ ଓ ଜିଲା ପ୍ରଶାସନ ନବରଙ୍ଗପୁର କୋଭିଡ ହସ୍ପିଟାଲର ପରିଚାଳନା କରୁଛନ୍ତି ।

Hot this week

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories