www.samajalive.in
Monday, December 8, 2025
27.1 C
Bhubaneswar

କିରାସିନି ଢାଳି ସରପଞ୍ଚଙ୍କ ଘରେ ନିଆଁ ଲଗେଇଲେ ଦୁର୍ବୃତ୍ତ

ଚିକିଟି : ଗତକାଲି ରାତିପ୍ରାୟ ବାରଟା ବେଳେ ସୁନାପୁର ସରପଞ୍ଚ ମଞ୍ଜୁଳା ବେହେରାଙ୍କ ଘରେ ଅଗ୍ନିକାଣ୍ଡ ଘଟି ବ୍ୟାପକ ଜିନିଷପତ୍ର ପୋଡ଼ି ଯାଇଛି । ସୂଚନା ଅନୁସାରେ, ଗତକାଲି ରାତିରେ ସରପଞ୍ଚ ଓ ତାଙ୍କ ପରିବାର ଘରେ ଶୋଇଥିଲେ। ରାତି ପ୍ରାୟ ସାଢ଼େ ଏଗାରରୁ ବାରଟା ମଧ୍ୟରେ ହଠାତ୍ ଘରଟି ଧୁଆଁମୟ ହୋଇଯାଇଥିଲା। ଉପସ୍ଥିତ ବୁଦ୍ଧି ଖଟାଇ ସରପଞ୍ଚ ଓ ପରିବାର ବାରି ପଟ କବାଟ ଫିଟାଇ ବାହାରକୁ ବାହାରି ପଡ଼ିଥିଲେ । ଏପଟେ ଗ୍ରାମବାସୀ ଏକଜୁଟ ହୋଇ ନିଆକୁ ଆୟତ୍ତ କରିଥିଲେ। ଏନେଇ ସରପଞ୍ଚ ମଞ୍ଜୁଳା ବେହେରା ସୁନାପୁର ମେରାଇନ ପୋଲିସରେ ଅଭିଯୋଗ କରିଛନ୍ତି ଯେ କେହି ଦୁର୍ବୁତ୍ତ କିରାସିନି ଢାଳି ତାଙ୍କ ଘରେ ନିଆଁ ଲଗେଇଦେଇଛନ୍ତି । ଘର ସାମ୍ନାରୁ ଗୋଟିଏ କିରାସିନି ଥିବା ବୋତଲ ମଧ୍ୟ ଜବତ ହୋଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories