www.samajalive.in
Monday, December 8, 2025
20.1 C
Bhubaneswar

ବଢ଼ୁଛି ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ; ୪ ଦିନରେ ଦୁଇଗୁଣ

ନୂଆଦିଲ୍ଲୀ : କରୋନା ଭୂତାଣୁ ଜନିତ ସଂକ୍ରମଣ ସ୍ଥିତି ଭାରତରେ ଏବେ ବଢିବାରେ ଲାଗିଛି। ଦେଶବ୍ୟାପୀ ୨୧ ଦିନିଆ ତାଲାବନ୍ଦ ଓ ଏକାଧିକ କଟକଣା ସତ୍ତ୍ବେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୪ ଦିନ ଭିତରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଦୁଇଗୁଣରୁ ଅଧିକ ବଢିଛି। ଏହା ପରିସ୍ଥିତିର ଗମ୍ଭୀରତାକୁ ଅଧିକ ବଢାଇଦେଇଛି। ଗୁରୁବାର ଗୋଟିଏ ଦିନରେ ଦେଶରେ ୫୧୩ ଜଣଙ୍କଠାରେ କରୋନା ଭୂତାଣୁ ପଜିଟିଭ୍‌ ଥିବା ଜଣାପଡିବା ସହ ଆଉ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଗୁରୁବାର ରାତି ୧୧ଟା ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩୪୧ରେ ପହଞ୍ଚିଛି ଓ ମୃତକଙ୍କ ସଂଖ୍ୟା ୬୮ଅତିକ୍ରମ କରିଛି। ତେବେ ୧୭୬ ଜଣ ସୁସ୍ଥ ହୋଇଛନ୍ତି ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାନୁଯାୟୀ, ମାର୍ଚ୍ଚ ୨୮ ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୮୫୦ ରହିଥିଲା; ମାତ୍ର ୪ ଦିନରେ ଏହି ସଂଖ୍ୟା ୨୩୪୧ରୁ ଅଧିକ ହେବା ସଂକ୍ରମଣର ତୀବ୍ରତାକୁ ପ୍ରମାଣିତ କରିଛି। ଏପ୍ରିଲ ପହିଲାରେ କେବଳ ୫୬୫ ଜଣ ନୂଆ ବ୍ୟକ୍ତି ସଂକ୍ରମିତ ହେବା ସହ ୯ ଜଣଙ୍କ ମୃତ୍ୟୁ ଘଟିଥିଲା। ମାର୍ଚ୍ଚ ୨୬ରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ୭୦୦ ରହିଥିଲା। ସ୍ଥିତି ଯାହା ରହିଛି ଆଗକୁ ଏନେଇ ଆକଳନ କଷ୍ଟକର ହୋଇପଡିଛି। ତେବେ ସଂକ୍ରମଣ ରୋକିବାକୁ କେନ୍ଦ୍ର ସରକାର ସମସ୍ତପ୍ରକାର ପ୍ରସ୍ତୁତି କରୁଛନ୍ତି। ଏପରିକି ତାଲାବନ୍ଦ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପୁଲିସକୁ ନିର୍ଦେଶ ଦିଆଯାଇଛି। ଏବେ ସର୍ବାଧିକ ସଂକ୍ରମଣ ସ୍ଥିତି ମହାରାଷ୍ଟ୍ର (୩୩୫), କେରଳ(୨୬୫), ଦିଲ୍ଲୀ (୨୧୯), ତାମିଲନାଡୁ (୨୩୪), କର୍ଣ୍ଣାଟକ (୧୧୦), ଉତ୍ତରପ୍ରଦେଶ (୧୧୩), ତେଲେଙ୍ଗାନା(୯୬), ରାଜସ୍ଥାନ(୧୦୮), ମଧ୍ୟପ୍ରଦେଶ (୧୦୦), ଗୁଜରାଟ (୮୬), ଆନ୍ଧ୍ରପ୍ରଦେଶ (୮୬) ଓ ଜାମ୍ମୁ-କାଶ୍ମୀର (୬୨)ରେ ରହିଛି। ଏହା ଉଭୟ କେନ୍ଦ୍ର ଓ ସଂପୃକ୍ତ ରାଜ୍ୟଙ୍କ ଚିନ୍ତା ବଢାଇଛି। ଅନ୍ୟପକ୍ଷରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ, ଆଉ ୯ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ମୋଟ ମୃତ୍ୟୁସଂଖ୍ୟା ମହାରାଷ୍ଟ୍ର (୧୩), ଗୁଜରାଟ(୬), ମଧ୍ୟପ୍ରଦେଶ (୬), ପଞ୍ଜାବ (୪), କର୍ଣ୍ଣାଟକ (୩), ତେଳେଙ୍ଗାନା (୬), ପଶ୍ଚିମବଙ୍ଗ (୩), ଦିଲ୍ଲୀ (୪), ଉତ୍ତରପ୍ରଦେଶ (୨), କେରଳ (୩) ଓ ଅନ୍ୟ କେତେକ ରାଜ୍ୟରେ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।
ବିଶ୍ବରେ କରୋନା ସ୍ଥିତି ଜଟିଳ ରହିଛି। ୨୦୩ଟି ରାଷ୍ଟ୍ରରେ ଦିନକରେ ଆଉ ୬୨ ହଜାର ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୦୦୦,୧୬୮ ଓ ମୃତ୍ୟୁସଂଖ୍ୟା ୫୧ ହଜାର ଅତିକ୍ରମ କରିଛି। ଆମେରିକାରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ଜଣାପଡିଛି। ଦିନକରେ ୨୧ ହଜାର ନୂଆ କରୋନା ସଂକ୍ରମିତ ଓ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଆମେରିକାରେ ମୋଟ ୨ ଲକ୍ଷ ୩୫ ହଜାର ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୫ ହଜାର ଅତିକ୍ରମ କରିଛି। ସର୍ବାଧିକ କ୍ଷତିଗ୍ରସ୍ତ ହେଉଛନ୍ତି ଇଟାଲୀ ଓ ସ୍ପେନ୍। ଇଟାଲୀରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୧୫ ହଜାର ଥିବାବେଳେ ମୃତ୍ୟୁସଂଖ୍ୟା ୧୪ ହଜାର ଛୁଇଁଛି। ଦିନକରେ ଏଠି ୪,୬୬୮ ନୂଆ ରୋଗୀ ସଂକ୍ରମିତ ହୋଇଥିବାବେଳେ ୭୬୦ ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି ସ୍ପେନ୍‌ରେ ଆଜି ୬ ହଜାର ନୂଆ ରୋଗୀଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୧୦,୨୩୮ ଥିବାବେଳେ ଆଉ ୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ଏହି ସଂଖ୍ୟା ୧୦,୦୯୬କୁ ବୃଦ୍ଧି ପାଇଛି। ସେହିଭଳି ବ୍ରିଟେନ୍‌ରେ ଆଜି ୫୭୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ମୋଟ ମୃତ୍ୟୁସଂଖ୍ୟା ୩ ହଜାର ଅତିକ୍ରମ କରିଛି। ଏପରିକି ବେଲଜିୟମ୍‌, ନେଦରଲାଣ୍ଡ ଭଳି ଛୋଟ ଛୋଟ ରାଷ୍ଟ୍ରରେ ପ୍ରତିଦିନ ୨୦୦ରୁ ଅଧିକ ଲୋକ ମରୁଛନ୍ତି। ଇରାନରେ ଆଜି ୧୪୪ ଜଣଙ୍କ ମୃତ୍ୟୁ ଘଟିଛି ଓ ଏହି ସଂଖ୍ୟା ୩୧୬୦ ଛୁଇଁଛି। ସେହିଭଳି ପାକିସ୍ତାନରେ ଗୁରୁବାର ଦିନକରେ ୨୬୮ ଜଣ ସଂକ୍ରମିତ ହୋଇଛନ୍ତି ଓ ମୃତ୍ୟୁସଂଖ୍ୟା ୩୨ ରହିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories