www.samajalive.in
Monday, December 8, 2025
27.1 C
Bhubaneswar

ଶ୍ରୀଜଗନ୍ନାଥ କରୋନା ପାଣ୍ଠି ଗଠିତ

ଭୁବନେଶ୍ୱର: କରୋନାର ମୁକାବିଲା କରିବା ଲାଗି ଶ୍ରୀଜଗନ୍ନାଥ କରୋନା ଫଣ୍ଡ ନାମକ ଏକ ସ୍ୱତନ୍ତ୍ର ପଣ୍ଡ ଗଠନ କରାଯିବା ସହିତ କରୋନା ଚିକିତ୍ସା ପାଇଁ ସେବକ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ଲାଗି ୫ କୋଟି ଟଙ୍କାର ଏକ ଜମାରାଶି ସୃଷ୍ଟି କରାଯିବାକୁ ଶନିବାର ଶ୍ରୀମନ୍ଦିର ପରିଚାଳନା କମିଟିର ଅର୍ଥ ସବ୍‍ କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‍ କୁମାରଙ୍କ ଅଧ୍ୟକ୍ଷତାରେ ରବିବାର ଭିଡିଓ କନ୍‌ଫରେନ୍ସିଂ ଯୋଗେ ହୋଇଥିବା ଅର୍ଥ ସବ୍‍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଏହି ନିଷ୍ପ୍‍ତ୍ତି ନିଆଯିବା ପରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଥିବା ୫ ଜଣ ଯାକ ସେବକ ସଦସ୍ୟ ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ରାମଚନ୍ଦ୍ର ଦାସମହାପାତ୍ର, ମାଧବଚନ୍ଦ୍ର ପୂଜାପଣ୍ଡା, ମାଧବ ଚନ୍ଦ୍ର ମହାପାତ୍ର ଓ ଅନନ୍ତ ତିଆଡ଼ି ପ୍ରମୁଖ ସେମାନଙ୍କର ୨ ବର୍ଷର ଭତ୍ତା ଅର୍ଥକୁ ଉକ୍ତ ଫଣ୍ଡକୁ ଦାନ କରିଛନ୍ତି। ରାଜ୍ୟରେ କରୋନାର ମୁକାବିଲା କରିବା ଲାଗି ଶ୍ରୀଜଗନ୍ନାଥପ୍ରେମୀ ଏହି ଫଣ୍ଡକୁ ଯଥାସାଧ୍ୟ ଦାନ ଦେବାକୁ ଅନୁରୋଧ କରାଯାଇଛି। ଏ ବାବଦରୁ ଆଦାୟ ହେବାକୁ ଥିବା ସମସ୍ତ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିକୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ଏହାଛଡା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଶ୍ରୀମନ୍ଦିର ପାଣ୍ଠିରୁ ମଧ୍ୟ ଅର୍ଥ ପ୍ରଦାନ କରାଯିବା ଲାଗି ଗତକାଲି ଅନୁଷ୍ଠିତ ବୈଠକରେ ପ୍ରସ୍ତାବ ଗୃହିତ ହୋଇଛି। ଏଠାରେ ପ୍ରକାଶ ଥାଉକି, ଶିରିଡ଼ି ସାଇ ସଂସ୍ଥାନ ପକ୍ଷରୁ ନିକଟରେ କରୋନାର ମୁକାବିଲା ଲାଗି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ଫଣ୍ଡକୁ ୫୧ କୋଟି ଟଙ୍କା ଦିଆଯାଇଥିଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories