www.samajalive.in
Monday, December 8, 2025
17.1 C
Bhubaneswar

କ୍ବାରେଣ୍ଟାଇନ୍‌ରେ ଗିଲେପ୍ସି ଓ ସାଙ୍ଗାକାରା

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ଜାସନ୍‌ ଗିଲେପ୍ସି କ୍ବାରେଣ୍ଟାଇନ୍‌ (ସଙ୍ଗରୋଧ)ରେ ରହିଥିବା ଜଣାପଡ଼ିଛି। ସୂଚନାଥାଉକି ଗିଲେପ୍ସି ଇଂଲଣ୍ଡ କାଉଣ୍ଟି ଖେଳୁଥିବା ଏକ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି। ସେ କିଛିଦିନ ତଳେ ଇଂଲଣ୍ଡରେ ଯାଇ ସେଠାରେ ରହିଥିଲେ। ତେବେ କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ ସମସ୍ତ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରି ଦେଇଥିବାରୁ ଗିଲେପ୍ସି ଅଷ୍ଟ୍ରେଲିଆ ଫେରି ଯାଇଛନ୍ତି। ନିୟମାନୁଯାୟୀ ଗିଲେପ୍ସି ଦୁଇ ସପ୍ତାହ ପାଇଁ କ୍ବାରେଣ୍ଟାଇନ୍‌ରେ ନିଜ
ଘରେ ରହିଥିବା ଜଣାପଡ଼ିଛି।
ସେହିପରି ଶ୍ରୀଲଙ୍କା କ୍ରିକେଟ୍‌ ଦଳର ପୂର୍ବତନ କ୍ରିକେଟର୍‌ କୁମାର ସାଙ୍ଗାକାରା ମଧ୍ୟ କ୍ବାରେଣ୍ଟାଇନ୍‌ରେ ରହିଥିବା ଜଣାପଡ଼ିଛି। ସାଙ୍ଗାକାରା କିଛିଦିନ ତଳେ ଇଂଲଣ୍ଡ ଯାଇଥିଲେ। ଶ୍ରୀଲଙ୍କା ଫେରିବା ପରେ ସରକାରଙ୍କ ନିୟମ ଅନୁଯାୟୀ କ୍ବାରେଣ୍ଟାଇନ୍‌ରେ ରହିଥିବା ସାଙ୍ଗାକାରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories