www.samajalive.in
Monday, December 8, 2025
27.1 C
Bhubaneswar

ଅନିଲ୍‌ କପୁରଙ୍କ ବନ୍ଧୁତାରେ ଫାଟ

ମୁମ୍ବଇ : କରୋନା ଭାଇରସ୍‌ କାରଣରୁ ଏବେ ବଲିଉଡ କଳାକାରମାନେ କମ୍ ଭୟଭୀତ ନୁହନ୍ତି। ସୋସିଆଲ୍‌ ସାଇଟ୍‌ ଜରିଆରେ ସେମାନେ ପ୍ରଚାର କରାଉଛନ୍ତି ଯେ ସରକାରଙ୍କ ଏଇ ପଦକ୍ଷେପ ଖୁବ୍ ପ୍ରଶଂସନୀୟ। ମୁମ୍ବଇର ଜୁହୁ ନିବାସୀ ହେଲେ ଅଭିନେତା ଅନିଲ କପୁର। ତାଙ୍କ ଘର ସମ୍ମୁଖ ଆପାର୍ଟମେଣ୍ଟରେ ବନ୍ଧୁ ଅନୁପମ୍ ଖେର୍‌ଙ୍କ ବାସଭବନ। ଅଧିକାଂଶ ଦିନ ଦୁଇ ବନ୍ଧୁ ଏକତ୍ର ସମୟ ଅତିବାହିତ କରନ୍ତି, କିନ୍ତୁ ଏଇ କରୋନା ଭାଇରସ୍‌ କାରଣରୁ ଦୁହିଁଙ୍କ ବନ୍ଧୁତାରେ ଫାଟ ଆସିଛି। ମଜାରେ ଏଇ କଥା ଅନୁପମ ଖେର୍‌ ସୋସିଆଲ୍‌ ସାଇଟରେ ଉଲ୍ଲେଖ କରିଛନ୍ତି। ଅନୁପମ୍‌ ଖେର୍ ଏଇ ୩-୪ଦିନ ତଳେ ଆମେରିକାରୁ ସୁଟିଂ ସାରି ଫେରିଛନ୍ତି। ବିଦେଶରୁ ଫେରି ସମସ୍ତ ପ୍ରକାର ନିୟମକୁ ମାନି ଚଳିବାରେ ସେ ଆଦୌ ହେଳା କରୁନାହାନ୍ତି। ଅନିଲ ଯେତେବେଳେ ଜାଣିଲେ, ଅନୁପମ ଆସିଯାଇଛନ୍ତି। ସେ ଆଉ ବିଳମ୍ବ ନ କରି ଘର ତଳକୁ ଆସି ଅନୁପମ୍‌ଙ୍କୁ ଫୋନ୍ କରିଥିଲେ। ଅନୁପମ ବାଲକୋନିକୁ ଆସି ବନ୍ଧୁଙ୍କ ସହ ବେଶ୍ କିଛି ସମୟ କଥା ହୋଇଥିଲେ। ଅନିଲ୍‌ ଥଟ୍ଟାରେ କହିଥିଲେ, ଅନୁଜୀ ଏଥର ମୋ ଘରକୁ ଆସିବା ବନ୍ଦ। ସୁନୀତା(ଅନିଲଙ୍କ ପତ୍ନୀ) କେବେହେଲେ ତୋତେ ଘରେ ପ୍ରବେଶ କରାଇଦେବନାହିଁ। ପାଖଆଖ ପଡ଼ୋଶୀ ଦୁଇ କଳାକାରଙ୍କ ଏଇ ବାର୍ତ୍ତାଳାପକୁ ଭିଡିଓ ରେକର୍ଡିଂ କରିବା ସହ ସୋସିଆଲ୍‌ ସାଇଟ୍‌ରେ ଅପଲୋଡ କରିଛନ୍ତି। ଅନିଲ୍‌ଙ୍କ ବଡ଼ ଝିଅ ସୋନମ୍‌‌ କପୁର ଓ ତାଙ୍କ ସ୍ବାମୀ ଆନନ୍ଦ ଆହୁଜା ମଧ୍ୟ ଲଣ୍ଡନରୁ ଫେରି ଏବେ ଦିଲ୍ଲୀରେ ଅଛନ୍ତି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories