www.samajalive.in
Monday, December 8, 2025
27.1 C
Bhubaneswar

କୁଲଡିହାରୁ ପୁଣି ଜଣେ ଶିକାରୀ ଗିରଫ; ୨ଦେଶୀବନ୍ଧୁକ ଜବତ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟରୁ ପୁଣି ଜଣେ ଶିକାରୀକୁ ସ୍ଥାନୀୟ ବନବିଭାଗ ଗିରଫ କରିଛି। ତା’ଠାରୁ ୨ଟି ଦେଶୀବନ୍ଧୁକ ଜବତ କରାଯାଇଛି। ନୀଳଗିରି ଥାନା ସିଆଡ଼ିମାଳ ପଞ୍ଚାୟତ ଅଧୀନ ବାବନ୍ଧ ଗାଁର ପବନା ସିଂ (୩୦) ଓ ପାଗୁଲୁ ସିଂ (୩୫) ନାମକ ଦୁଇଜଣ ଶିକାରୀ କୁଲଡିହା ଜଙ୍ଗଲକୁ ବନ୍ୟଜନ୍ତୁ ଶିକାର ଉଦେଶ୍ୟରେ ପଶିଥିଲେ। ଏ ସମ୍ପର୍କରେ ଖବରପାଇ କୁଲଡିହା ରେଞ୍ଜର ବିଜୟ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଏକ ଟିମ ଅଭୟାରଣ୍ୟ ଭିତରେ ଚଢ଼ଉ କରିଥିଲା। ଅଭୟାରଣ୍ୟର ପଞ୍ଚଲିଙ୍ଗେଶ୍ୱର ସେକ୍ସନ ଅଧୀନ ଡେଉଁଚଘାଟି ଅଞ୍ଚଳରେ ଚଢ଼ଉ କରି ଶିକାରୀ ପବନାକୁ ଗିରଫ କରାଯାଇଥିବା ବେଳେ ପାଗୁଲୁ ବନ୍ଧୁକ ଛାଡ଼ି ଖସି ପଳାଇଥିଲା। ବିଭାଗ ପକ୍ଷରୁ ଦୁଇଟି ଦେଶୀବନ୍ଧୁକ ଜବତ କରାଯାଇ ଏକ ମାମଲା ରୁଜୁ କରାଯାଇଛି। ଏହି ଚଢ଼ଉରେ ଗାର୍ଡ଼ ରାମେଶ୍ୱର ମୁର୍ମୁ, ସିଙ୍ଗରାୟ ହେମ୍ବ୍ରମ, ଡାଳିମ୍ବ ବେହେରା ଓ ସବୁଜବାହିନୀ କର୍ମଚାରୀମାନେ ସାମିଲ ଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories