www.samajalive.in
Monday, December 8, 2025
27.1 C
Bhubaneswar

ଉତ୍ତରପ୍ରଦେଶରେ କୁଆପଥର ବର୍ଷା ; ୩୩ ମୃତ, ବହୁ ଫସଲ ନଷ୍ଟ

ଲକ୍ଷ୍ନୌ : ଜଳବାୟୁରେ ପରିବର୍ତ୍ତନ ଓ କୁଆପଥର ସହ ପ୍ରବଳ ବର୍ଷା କାରଣରୁ ଉତ୍ତରପ୍ରଦେଶରେ ବହୁ ଧନଜୀବନ କ୍ଷୟକ୍ଷତି ହୋଇଛି। ଗୁରୁବାର ବିଳମ୍ବିତ ରାତି ଓ ଶୁକ୍ରବାର ପ୍ରବଳ କୁଆପଥର ବର୍ଷା ସହ ବଜ୍ରପାତରେ ଗଛ ଓ ପାଚେରୀ ପଡ଼ିଯିବାରୁ ୩୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେବଳ ଅବଧ ଅଞ୍ଚଳରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ବର୍ଷା କାରଣରୁ ହଜାର ହଜାର ହେକ୍ଟର ଫସଲ ମଧ୍ୟ ନଷ୍ଟ ହୋଇ ଯାଇଛି। ଗହମ, ଚଣା, ଆଳୁ, ମଟର ଓ ମସୁର ଡ଼ାଲି ଆଦି ଫସଲ ଉଜୁଡ଼ି ଯାଇଛି।
ଅବଧର ବହୁ ସ୍ଥାନରେ ବର୍ଷା ଓ ପ୍ରବଳ ବରଫାପାତ କାରଣରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୀତାପୁର ଜିଲାରେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୮ ଜଣଙ୍କର ଓ ବାରାବଙ୍କୀରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ବଳରାମପୁର, ଅଯୋଧ୍ୟାରେ ମଧ୍ୟ ଜଣ ଲେଖାଏଁ ମୃତ୍ୟୁ ହୋଇଛି।
ବହରାଇଚରେ ଝଡ଼-ତୋଫାନ ବର୍ଷାରେ ସ୍କୁଲରୁ ଫେରୁଥିବା ପିଲାଙ୍କ ଉପରେ ବିଜୁଳି ଖୁଣ୍ଟ ପଡ଼ିଯିବାରୁ ଜଣେ ପିଲାର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି।
ସୁଲତାନପୁର ଓ ଅନ୍ୟାନ୍ୟ ବହୁ ସ୍ଥାନରେ ବିଳମ୍ବିତ ରାତି ଯାଏଁ କୁଆପଥର ସହ ବର୍ଷା ହେବାରୁ ରାସ୍ତାରେ ବରଫର ମୋଟା ଆସ୍ତରଣ ଜମିଥିବା ଦେଖିବାକୁ ମିଳିଥିଲା।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories