www.samajalive.in
Monday, December 8, 2025
20.1 C
Bhubaneswar

ସୋନମ୍‌ଙ୍କ ରାଗ

ଅନିଲ ତନୟା ସୋନମ୍ କପୁର ନିଜ ମନର କ୍ଷୋଭକୁ ସୋସିଆଲ ସାଇଟ୍‌ ଜରିଆରେ ପ୍ରକାଶ କରିଛନ୍ତି। ତାଙ୍କ ବାପା ଅନିଲ କପୁର ଅଭିନୀତ ‘ମିଷ୍ଟର ଇଣ୍ଡିଆ’ ଚଳଚ୍ଚିତ୍ରର ରିମେକ୍ ନିର୍ମାଣ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରର ପ୍ରଯୋଜନା ତାଙ୍କ ବଡ଼ ବାପା ବୋନି କପୁର ଓ ନିର୍ଦେଶନା ଶେଖର କପୁର ଦେଇଥିଲେ। ଏହାର ରିମେକ୍‌‌ର ନିର୍ଦେଶନା ଦାୟିତ୍ବ ଅଲୀ ଅବ୍‌ବାସ୍ ଜଫର୍ ନେଇଛନ୍ତି। ରିମେକ୍‌ରେ ମୋଗାମ୍ବୋ ଭୂମିକାରେ କିଙ୍ଗ୍ ଖାନ୍ ଶାହରୁଖ୍ ଦେଖାଦେବେ ବୋଲି ମଧ୍ୟ ସ୍ପଷ୍ଟ ହୋଇଥିବାବେଳେ ଏସବୁ ତଥ୍ୟ ଅଲୀ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ଜରିଆରେ ହିଁ ପ୍ରଶଂସକଙ୍କୁ ଜଣାଇଥିଲେ। ସୋନମ୍ ଉଲ୍ଲେଖ କରିଛନ୍ତି, ୧୯୮୩ରେ ମୁକ୍ତିଲାଭ କରିଥିବା ଏଇ ଚଳଚ୍ଚିତ୍ର ପାଇଁ ତାଙ୍କ ବାପା ସବୁବେଳେ ଗର୍ବିତ। ସବୁରି ମହଲରେ ସେ ସମୟରେ ଆଦୃତ ହୋଇଥିବା ଏଇ ସୁପରହିଟ୍ ଚଳଚ୍ଚିତ୍ରର ରିମେକ୍‌ ନିମନ୍ତେ ତାଙ୍କ ବାପାଙ୍କୁ ଓ ଶେଖର୍‌ ସାର୍‌ଙ୍କୁ କେହି ଥରୁଟିଏ ହେଲେ ପଚାରିନାହାନ୍ତି। ଏହା ନିଶ୍ଚିତ ଭାବେ ଦୁଃଖଦ ଘଟଣା। ଅଲୀଙ୍କ ଭଳି ଜଣେ ନିର୍ଦେଶକ ଏପରି ଭୁଲ୍ କରିବା ଉଚିତ୍ ନଥିଲା ବୋଲି ସୋନମ୍‌ଙ୍କ ସ୍ପଷ୍ଟୋକ୍ତି। ମିଷ୍ଟର ଇଣ୍ଡିଆର ଏଇ ରିମେକ୍ ଖବରକୁ ନେଇ ବିବାଦ ତେଜି ଉଠିଲାଣି। ଆଗାମୀ ଦିନରେ ପରିସ୍ଥିତି କ’ଣ ହେବ, ତାହା ସମୟ ଆସିଲେ ହିଁ ଜଣାପଡ଼ିବ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories