www.samajalive.in
Monday, December 8, 2025
27.1 C
Bhubaneswar

ଛାତ୍ରୀଙ୍କୁ ଗୁଳିମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ; ପୁରୁଷ ବନ୍ଧୁଙ୍କ ସହ ବନ୍ଧୁକରେ ଖେଳୁଥିବାବେଳେ ଫୁଟିଥିଲା ଗୁଳି

ଭୁବନେଶ୍ବର: ରାଜାଧାନୀ ଭୁବନେଶ୍ଵରରେ ସୋମବାର ଦିନ ଦ୍ବିପ୍ରହରେ ଜଣେ ଛାତ୍ରୀଙ୍କୁ ଗୁଳିମାଡ କରାଯିବା ଘଟଣା ନୂଆ ମୋଡ଼ ନେଇଛି। କୌଣସି ଦୁର୍ବୃତ୍ତ ଏହି ଗୁଳିମାଡ଼ କରି ନ ଥିଲେ। ବରଂ ପୁରୁଷ ବନ୍ଧୁଙ୍କ ସହିତ ଛାତ୍ରୀ ଜଣକ ବନ୍ଧୁକରେ ଖେଳୁଥିବାବେଳେ ଗୁଳି ଫୁଟିଯାଇଥିଲା। ଏହି ଘଟଣାରେ କମିଶନରେଟ ପୁଲିସ ପୁରୁଷ ବନ୍ଧୁ ଆଶିଷ କୁମାର ନାୟକକୁ ଗିରଫ କରିଛି। ଆଶିଷଙ୍କ କିଛି ଅପରାଧିକ ରେକର୍ଡ ରହିଥିବା ସୂଚନା ମିଳିଛି। ପୂର୍ବରୁ ବୋମାମାଡ଼ ଘଟଣାରେ ଆଶିଷକୁ ପୁଲିସ ଗିରଫ କରିଥିଲା। ତା’ ନାରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଇନଫୋସିଟି ଥାନା ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ଗୁଳିମାଡ ହୋଇଥିଲା। ଛାତ୍ରୀ ଏବଂ ତାଙ୍କ ପୁରୁଷ ବନ୍ଧୁ ଆଶିଷ ଛିଡ଼ା ହୋଇଥିବା ବେଳେ ୨ ଜଣ ଦୁର୍ବୃତ୍ତ ଆସି ଛାତ୍ରୀଙ୍କୁ ଗୁଳିମାଡ଼ କରି ଫେରାର ହୋଇଯାଇଥିବା କୁହାଯାଉଥିଲା। କିନ୍ତୁ ପୁଲିସ ପୁରୁଷ ବନ୍ଧୁ ଆଶିଷକୁ ଅଟକ ରଖି ପଚରାଉଚରା କରିବା ପରେ ଘଟଣା ଉପରୁ ପରଦା ଉଠିଛି। ପୁରୁଷ ବନ୍ଧୁ ଆଶିଷ ଛାତ୍ରୀଙ୍କ ପାଖକୁ ଯାଇଥିଲେ। ସେଠାରେ ସେମାନେ କଥାବାର୍ତ୍ତା ହୋଇଥିଲେ। ଏହି ସମୟରେ ଆଶିଷଙ୍କ ପାଖରେ ଥିବା ଏକ ବନ୍ଧୁକରେ ଉଭୟେ ଖେଳୁଥିଲେ। କିନ୍ତୁ ବନ୍ଧୁକରୁ ଗୁଳି ଫୁଟି ତାହା ଛାତ୍ରୀଙ୍କ ଜଙ୍ଘରେ ବାଜିଥିଲା। ଗୁଳି ଗୋଟିଏ ଜଙ୍ଘରେ ପଶି ବାହାରିଯିବା ସହିତ ଅନ୍ୟପଟ ଜଙ୍ଘରେ ପଶିଯାଇଥିଲା। ଛାତ୍ରୀ ଜଣକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛାତ୍ରୀଙ୍କ ନାମ ସୋନାଲି ଏବଂ ତାଙ୍କ ଘର ବାଲେଶ୍ଵରରେ ବୋଲି ଜଣାପଡ଼ିଛି। ସୋନାଲି ଏକ ଜାତୀୟ ଶିକ୍ଷାନୁଷ୍ଠାନରେ ଫ୍ୟାସନ ଡିଜାଇନିଂ ପଢୁଥିବା ଜଣାପଡ଼ିଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories