www.samajalive.in
Monday, December 8, 2025
20.1 C
Bhubaneswar

ଶରଣକୁଳ କଙ୍ଗାରୁକୋର୍ଟ ପ୍ରସଙ୍ଗ: ଗୃହରେ ଭୁଲ ତଥ୍ୟ ଦେଇଥିବାରୁ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଭୁବନେଶ୍ୱର: ନୟାଗଡ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଖଲିପାଟଣା ଗ୍ରାମର ପ୍ରାୟ ୧୫ଟି ପରିବାର ୨୦୦୭ ମସିହାରୁ କଙ୍ଗାରୁ କୋର୍ଟର ଶିକାର ହୋଇ ଗାଁ ବାହାରେ ରହୁଥିବା ଘଟଣାକୁ ପ୍ରଦେଶ କଂଗ୍ରେସ ତୀବ୍ର ନିନ୍ଦା କରିବା ସହିତ ନିଜ ଉପରୁ ଦୋଷ ହଟାଇବା ପାଇଁ ରଣପୁର ବିଧାୟକଙ୍କ ଏକ ପ୍ରଶ୍ନର ଉତର ଦେଇ ଗୃହ ରାଷ୍ଟ୍ର ମନ୍ତ୍ରୀ ଗୃହରେ ଯେଉଁ ତଥ୍ୟ ରଖିଥିଲେ, ସେହି ତଥ୍ୟକୁ ଆଜି ପ୍ରଦେଶ କଂଗ୍ରେସ କମିଟି ତଥ୍ୟ ଓ ପ୍ରମାଣ ସହିତ ମିଥ୍ୟା ପ୍ରମାଣିତ କରିବା ସହିତ ପବିତ୍ର ଗୃହରେ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ର ଭୁଲ୍ ତଥ୍ୟ ଦେଇଥିବାରୁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଦାବି କରିଛନ୍ତି। 

ପ୍ରକାଶଯୋଗ୍ୟ ୨୦୦୭ ମସିହାରୁ ନୟାଗଡ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଖଲିପାଟଣା ଗ୍ରାମର ୧୫ଟି ପରିବାର କଙ୍ଗାରୁ କୋର୍ଟର ଶିକାର ହୋଇ ଦୁର୍ବିସହ ଅବସ୍ଥାରେ ଆଜକୁ ୧୩ ବର୍ଷ ହେଲା ବାହାରେ ରହୁଛନ୍ତି। ୨୦୦୭ ମସିହାରୁ ଆଜି ପର୍ୟ୍ୟନ୍ତ ରାଜ୍ୟ ମାନବାଧିକାର କମିଶନ, ମାନ୍ୟବର ଉଚ୍ଚ ନ୍ୟାୟାଳୟ, ଜାତୀୟ ମାନବାଧିକାର କମିଶନଙ୍କ ପାଖରେ ଅଭିଯୋଗ ପରେ ବିଭିନ୍ନ ସମୟରେ ରାଜ୍ୟ ମାନବାଧିକାର ଓ ଉଚ୍ଚ ନ୍ୟାୟାଳୟ ଗ୍ରାମରେ ଶାନ୍ତି ଫେରିବା ସହିତ କଙ୍ଗାରୁ କୋର୍ଟର ଶିକାର ହୋଇଥିବା ପରିବାରଗୁଡିକୁ ଗାଁରେ ପୁନଃ ଥଇଥାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ନିର୍ଦ୍ଦେଶକୁ ରାଜ୍ୟ ସରକାର ଅବମାନନା କରିଥିଲେ। ଶେଷରେ ଜାତୀୟ ମାନବାଧିକାର କମିଶନ ନୟାଗଡ ଜିଲ୍ଲାପାଳ ଏବଂ ଏସ୍.ପି.ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହିତ କଙ୍ଗାରୁ କୋର୍ଟକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଇଛି ସିଧାସଳଖ ଉତର ମାଗିଥିଲେ। ୫ଟି ମାଧ୍ୟମରେ ସରକାର ନିଜକୁ ସ୍ୱଚ୍ଛ ପ୍ରମାଣିତ କରିବା ପାଇଁ ନିଜ ଦଳର ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ମାଧ୍ୟମରେ ପ୍ରଶ୍ନ କଲେ ଏବଂ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ମାଧ୍ୟମରେ ଯେଉଁ ଉତର ରଖିଲେ, ତାହା ବାସ୍ତବ ସ୍ଥିତି ଠାରୁ ସଂପୂର୍ଣ୍ଣ ଭିନ୍ନ। କଙ୍ଗାରୁ କୋର୍ଟର ଶିକାର ହୋଇଥିବା ଦୁଇ ପରିବାର ଯାହାକୁ ରାଜ୍ୟ ଗୃହ ମନ୍ତ୍ରୀ ଖଲିପାଟଣା ଗ୍ରାମରେ ରହୁଛନ୍ତି ବୋଲି ବିଧାନସଭାରେ ମତ ରଖିଥିଲେ ଉକ୍ତ ପରିବାରର ଦୁଇ ମହିଳା ଶିମେଶ୍ୱର ଜେନାଙ୍କ ମାତା ନିରୁପମା ଜେନା ଏବଂ ସରସ ପ୍ରଧାନ ଉପସ୍ଥିତ ରହି ଗୃହ ରାଷ୍ଟ୍ର ମନ୍ତ୍ରୀ ଯାହା କହୁଛନ୍ତି ମିଛ କହୁଛନ୍ତି ଏବଂ ଆମେ ଏବେ ମଧ୍ୟ ବାହାରେ ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଛୁ ବୋଲି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେମାନଙ୍କର ମତ ରଖିଥିଲେ।

- Advertisement -

୨୦୦୭ ମସିହାରେ ରାଜ୍ୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ପରେ ମାନବାଧିକାର କମିଶନଙ୍କ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏବଂ ନୟାଗଡ ମାନବାଧିକାର ସୁରକ୍ଷା ବିଭାଗର ତତ୍କାଳୀନ ଡି.ଏସ୍.ପି. ସିଧାସଳଖ ଭାବରେ ଗାଁରେ ଅଧିକାଂଶ ପରିବାର କଙ୍ଗାରୁ କୋର୍ଟର ଶିକାର ହୋଇଛନ୍ତି ଏପରିକି କିଛି ପରିବାର ଗାଁ ଛାଡି ବାହାରେ ରହୁଛନ୍ତି ବୋଲି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିବା ସହିତ, ଜିଲ୍ଲା ପ୍ରଶାସନ ମାଧ୍ୟମରେ ଗାଁରେ ଶାନ୍ତି କମିଟି ଗଠନ କରି ଶାନ୍ତି ଫେରାଇ ଆଣିବା ସହିତ କଙ୍ଗାରୁ କୋର୍ଟର ଶିକାର ହୋଇଥିବା ପରିବାରଗୁଡିକୁ ଗାଁରେ ପୁନଃ ଥଇଥାନ ପାଇଁ ସୁପାରିଶ କରିଥିଲେ। ଯାହାକୁ ଆଜି ପର୍ୟ୍ୟନ୍ତ ରାଜନେତାଙ୍କ ଚାପରେ ପ୍ରଶାସନ ଏହି ସୁପାରିଶକୁ ଚାପି ରଖିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଅନ୍ୟତମ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories