www.samajalive.in
Monday, December 8, 2025
27.1 C
Bhubaneswar

ବଡଦାଣ୍ଡକୁ ମଦ ଓ ଆମିଷ ମୁକ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ

ଭୁବନେଶ୍ବର: ବଡଦାଣ୍ଡରୁ ମଦ ଏବଂ ଆମିଷ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳନେତା ପ୍ରଦୀପ୍ତ ନାୟକ। ବିରୋଧୀ ଦଳନେତା ଚିଠି ମାଧ୍ୟମରେ  ବଡଦାଣ୍ଡକୁ ମଦ ଏବଂ ଆମିଷ ମୁକ୍ତ କରିବା ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଚିଠିରେ ଉଲ୍ଲେଖ କରି ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ଲେଖିଛନ୍ତି ଭାରତର ୪ ଧାମ ମଧ୍ୟରେ ପୁରୀ ଗୋଟିଏ। ଏଣୁ ଏହାର ପବିତ୍ରତା ଦିଗରେ ଧ୍ୟାନ ଦିଆଯିବା ଆବଶ୍ୟକ। ବଡଦାଣ୍ଡ ଶ୍ରୀ ମନ୍ଦିରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ମଦ ଓ ଆମିଷ ମୁକ୍ତ କରାଯିବା ଆବଶ୍ୟକ। ଚିଠିରେ ବିରୋଧୀ ଦଳନେତା ଉଲ୍ଲେଖ କରିଛନ୍ତି ବଡଦାଣ୍ଡର ବିଭିନ୍ନ ହୋଟେଲରେ ଆମିଷ ଖାଦ୍ୟ ସହ ମଦ ମଧ୍ୟ ମିଳୁଛି। ଯାହା ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ଧାର୍ମିକ ଭାବନାରେ ବାଧା ସୃଷ୍ଟି କରୁଛି। ଏଣୁ ପ୍ରଶାସନ ବଡଦାଣ୍ଡରେ ମଦ ଓ ଆମିଷ ବିକ୍ରି ସମ୍ପୁର୍ଣ୍ଣ ନିଷେଧ କରିବା ଆବଶ୍ୟକ। ଏହାସହ ଏହି ଚିଠି ମାଧ୍ୟମରେ ବିରୋଧୀ ଦଳନେତା  ପ୍ରଦୀପ୍ତ ନାୟକ ପୁରୀର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories