www.samajalive.in
Thursday, December 11, 2025
27.1 C
Bhubaneswar

ଚାନ୍ଦବାଲିରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ; ଜଣେ ଗିରଫ

ଧାମରା : ଭଦ୍ରକ ଜିଲା ଚାନ୍ଦବାଲିରେ ଚାଲିଥିବା କାଳିପୂଜାରେ ଅପେରା ଦେଖି ନିଜ ଭାଇ ସହ ସାଇକେଲରେ ଘରକୁ ଫେରୁଥିବା ବେଳେ ବାଂଶଡା ପଞ୍ଚାୟତର ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ।

ସୂଚନା ଅନୁଯାୟୀ, ସୋମବାର ଭୋର ୪ଟାରେ ବାଂଶଡା ପଞ୍ଚାୟତର ଏକ ଝିଅ ଚାନ୍ଦବାଲିରୁ ଅପେରା ଦେଖି ନିଜ ଭାଇ ସହ ସାଇକେଲରେ ଘରକୁ ଫେରୁଥିଲା। ଚାନ୍ଦବାଲି ଅଞ୍ଚଳର ୪ଜଣ ଯୁବକ ସେମାନଙ୍କର ପିଛା କରିଥିଲେ। ନିଛାଟିଆ ରାସ୍ତାରେ ଝିଅର ଭାଇକୁ ମାଡ ମାରିବା ସହ ସାଇକେଲରେ ବାନ୍ଧି ପକାଇ ନାବାଳିକାକୁ ଗଣ ଦୁଷକର୍ମକରି ସମ୍ପୃକ୍ତ ଯୁବକମାନେ ଫେରାର ହୋଇ ଯାଇଥିଲେ। ଏହାପରେ ସ୍ଥାନୀୟଲୋକେ ମୁର୍ମୁଷ ଅବସ୍ଥାରେ ସମ୍ପୃକ୍ତ ନାବାଳିକାକୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ସହ ଚାନ୍ଦବାଲି ଥାନାରେ ଏତଲା ଦେଇଥିଲେ। ପରେ ଚାନ୍ଦବାଲି ଥାନାଧିକାରୀ ୪ଜଣ ଯୁବକଙ୍କ ମଧ୍ୟରୁ ଜଣକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories