www.samajalive.in
Monday, December 8, 2025
27.1 C
Bhubaneswar

ବେଙ୍ଗାଲୁରୁ ଇସ୍ରୋରୁ ଆରମ୍ଭ ହେଉଛି ‘ଧ୍ରୁବ’

ନୂଆଦିଲ୍ଲୀ : ମହତ୍ବାକାଂକ୍ଷୀ ପ୍ରଧାନମନ୍ତ୍ରୀ ନବସୃଜନ  ଶିକ୍ଷା କାର୍ଯ୍ୟକ୍ରମ- ‘ଧ୍ରୁବ’ ବେଙ୍ଗାଲୁରୁ ସ୍ଥିତ ଇସ୍ରୋରୁ ଗୁରୁବାରଠାରୁ ଆରମ୍ଭ ହେଉଛି । ଆସନ୍ତା ୨୪ ତାରିଖରେ ଆଇଆଇଟି ଦିଲ୍ଲୀରେ ଏହା ଶେଷ ହେବ। ବିଜ୍ଞାନ, ଗଣିତ ଓ ନାଟକ, ସଙ୍ଗୀତ, ନୃତ୍ୟ କ୍ଷେତ୍ରର ୬୦ଜଣ ମେଧାବୀ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି। ସେହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୂଆ ନୂଆ କଳ୍ପନାର ବିକାଶ, ଦକ୍ଷତା ବୃଦ୍ଧି ଓ ଜ୍ଞାନବୃଦ୍ଧି ଉଦ୍ଦେଶ୍ୟର ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଦେଶ ସମ୍ମୁଖୀନ ହେଉଥିବା ସାମାଜିକ-ଅର୍ଥନୈତିକ, ରାଜନୈତିକ ଓ ପରିବେଶ ଜନିତ ସମସ୍ୟାଗୁଡିକର ସମାଧାନରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଅବଦାନ କରିପାରିବେ ବୋଲି ଆଶା କରାଯାଉଛି। ମାନବ ସମ୍ବଳ ବିକାଶମନ୍ତ୍ରୀ ରମେଶ ପୋଖରିୟଲ ନିଶଙ୍କ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ପ୍ରଶିକ୍ଷଣ ପରେ ଏହି ଛାତ୍ରଛାତ୍ରୀମାନେ ୫ଟି ଟ୍ରିଲିୟନ ଡଲାର ଅର୍ଥନୀତି ସ୍ୱପ୍ନକୁ ସାକାର କରିବା ଏବଂ ଜୟବାୟୁ ପରିବର୍ତ୍ତନ ସମସ୍ୟା ଦିଗରେ ବିଶେଷ ଅବଦାନ ରଖିପାରିବେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories