www.samajalive.in
Monday, December 8, 2025
27.1 C
Bhubaneswar

ଶିଳ୍ପପତି ଓ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୋଲଟେବୁଲ୍‍ ବୈଠକ : ଚାଲେଞ୍ଜର ସମାଧାନ ପାଇଁ ’ଷ୍ଟାର୍ଟ ଅପ୍ ଇଣ୍ଡିଆ’ ଶେଷ୍ଠ ମଞ୍ଚ

ନ୍ୟୁୟର୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦ଟି କ୍ଷେତ୍ରର ୪୨ ଜଣ ବିଶ୍ୱସ୍ତରୀୟ ଶିଳ୍ପପତିମାନଙ୍କ ସହ ନ୍ୟୁୟର୍କରେ ଗୋଲଟେବୁଲ୍‍ ବୈଠକରେ ଯୋଗ ଦେଇ ଭାରତରେ ବ୍ୟବସାୟ ସୁଗମତା ଏବଂ ପୁଞ୍ଜିନିବେଶକାରୀମାନଙ୍କ ପାଇଁ ଅନୁକୂଳ ପରିବେଶ ସଂପର୍କରେ ଆଲୋଚନା କରିଛନ୍ତି । ବିଶ୍ବ ସମ୍ମୁଖରେ ଉଭା ହେଉଥିବା ଆହ୍ବାନର ସମାଧାନ ପାଇଁ ’ଷ୍ଟାର୍ଟ ଅପ୍ ଇଣ୍ଡିଆ’ ଶେଷ୍ଠ ମଞ୍ଚ ବୋଲି ଶ୍ରୀ ମୋଦୀ କହିଛନ୍ତି। ବୁଧବାର ରାତିରେ ଅନୁଷ୍ଠିତ ଏହି ଗୋଲଟେବୁଲ୍‍ ବୈଠକରେ ଯୋଗ ଦେଇଥିବା କମ୍ପାନୀ ଗୁଡ଼ିକର ମୋଟ୍‍ ସମ୍ପତ୍ତିର ମୂଲ୍ୟ ୧୬.୪ ଟ୍ରିଲିୟନ୍‍ ଆମେରିକୀୟ ଡଲାର୍‍ ଏବଂ ଭାରତରେ ସେମାନଙ୍କର ମୋଟ୍‍ ସମ୍ପତ୍ତିର ମୂଲ୍ୟ ୫୦ ବିଲିୟନ୍‍ ଡଲାର୍‍ ରହିଛି ।

ଏହି ବୈଠକରେ ଆଇବିଏମ୍‍ ଅଧ୍ୟକ୍ଷ ଗିନ୍ନି ରୋମେଟ୍ଟି, ୱାଲ୍‍ମାର୍ଟ୍‍ର ମୁଖ୍ୟ ଡଗଲାସ୍‍ ମ୍ୟାକ୍‍ମିଲନ୍‍, କୋକାକୋଲା ମୁଖ୍ୟ ଜେମ୍ସ କ୍ୟୁଇନ୍‍ସେ, ଲକ୍‍ହିଡ୍‍ ମାର୍ଟିନ୍‍ ମୁଖ୍ୟ ମାରିଲିନ୍‍ ହେଓସନ୍‍, ଜେ.ପି. ମର୍ଗାନ୍‍ ମୁଖ୍ୟ ଜାମି ଡିମନ୍‍,ଆମେରିକୀୟ ଟାୱାର୍‍ କର୍ପୋରେସନ୍‍ ଏବଂ ଭାରତ ଆମେରିକା ସିଇଓ ଫୋରମ୍‍ର ସହ ଅଧ୍ୟକ୍ଷ ଜେମ୍ସ ଡି ଟାଇକ୍ଲେଟ୍‍ ତଥା ଆପଲ୍‍, ଗୁଗୁଲ୍‍, ମାରିୟଟ୍‍, ଭିସା, ମାଷ୍ଟରକାର୍ଡ, ଥ୍ରୀଏମ୍‍, ୱାର୍‍ବର୍ଗ ପିନ୍‍କସ୍‍, ଏଇସିଓଏମ୍‍, ରେଥେନ୍‍, ବ୍ୟାଙ୍କ୍‍ ଅଫ୍‍ ଆମେରିକା ଏବଂ ପେପ୍‍ସି ଆଦି କମ୍ପାନୀର ମୁଖିଆମାନେ ଏହି ଗୋଲଟେବୁଲ୍‍ ବୈଠକରେ ଯୋଗ ଦେଇଥିଲେ । ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋୟଲ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ ।

- Advertisement -

ବ୍ୟବସାୟ ନିୟମ କୋହଳ କରିବା ଓ ପୁଞ୍ଜିନିବେଶକାରୀମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଦିଗରେ
ଭାରତର ସଂସ୍କାର ମୂଳକ ପଦକ୍ଷେପଗୁଡ଼ିକୁ ଏହି ବୈଠକରେ ପ୍ରଶଂସା କରାଯାଇଛି । ଭାରତର ଅଭିବୃଦ୍ଧିରେ ସାମିଲ ରହିବା ପାଇଁ ଏହି କମ୍ପାନୀଗୁଡ଼ିକ ସେମାନଙ୍କର ପ୍ରତିଶ୍ରୁତିବଦ୍ଧତା ଦୋହରାଇଛନ୍ତି । ଭାରତ ପାଇଁ ସେମାନଙ୍କର ସ୍ୱତନ୍ତ୍ର ଯୋଜନା ବିଷୟ ଶିଳ୍ପପତିମାନେ ଏହି ବୈଠକରେ ଉପସ୍ଥାପନ କରିଛନ୍ତି । କୌଶଳ ବିକାଶ, ଡିଜିଟାଲ୍‍ ଇଣ୍ଡିଆ, ମେକ୍‍ ଇନ୍‍ ଇଣ୍ଡିଆ, ସମଷ୍ଟିଗତ ଅଭିବୃଦ୍ଧି, ପ୍ରଦୂଷଣ ରହିତ ଶକ୍ତି ଏବଂ ଆର୍ଥିକ ଅନ୍ତର୍ଭୁକ୍ତି କରଣ ଦିଗରେ ଭାରତର ଉଦ୍ୟମକୁ ମଧ୍ୟ ସେମାନେ ପ୍ରଶଂସା କରିଛନ୍ତି ।
ଶିଳ୍ପପତିମାନଙ୍କର ଏହି ମନ୍ତବ୍ୟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ରାଜନୈତିକ ସ୍ଥିରତା, ନୀତି ଆକଳନ ଓ ଉନ୍ନୟନ ତଥା ଅଭିବୃଦ୍ଧି ସପକ୍ଷ ନୀତିଗୁଡ଼ିକ ବିଷୟରେ ଆଲୋକପାତ କରିଛନ୍ତି । ଶ୍ରୀ ମୋଦୀ ପର୍ଯ୍ୟଟନ, ପ୍ଲାଷ୍ଟିକ୍‍ ରିସାଇକ୍ଲିଂ ଓ ବର୍ଯ୍ୟବସ୍ତୁ ପରିଚାଳନା କ୍ଷେତ୍ର ତଥା କୃଷକ ଓ କୃଷି କ୍ଷେତ୍ର ପାଇଁ ସୁଯୋଗ ସୃଷ୍ଟି କରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରର
ଅଭିବୃଦ୍ଧି ଦିଗରେ ସରକାରଙ୍କ ପଦକ୍ଷେପ ବିଷୟରେ ଆଲୋକପାତ କରିଛନ୍ତି ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories