www.samajalive.in
Thursday, December 11, 2025
27.1 C
Bhubaneswar

ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ନିସ୍ତାର ନାହିଁ; ଚାକିରିରୁ ବିଦାହେଲେ ୧୬ ସରକାରୀ କର୍ମଚାରୀ

ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ଆଉ ନିସ୍ତାର ନାହିଁ। ଦୁର୍ନୀତି ଅଭିଯୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୬ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ଏମାନଙ୍କ ଭିତରେ ୫ଜଣ ପ୍ରଧାନଶିକ୍ଷକ, ୪ଜଣ ଯନ୍ତ୍ରୀ, ୨ଜଣ ରାଜସ୍ବ ନିରୀକ୍ଷକ, ଜଣେ ଲେଖାଏଁ ଫାର୍ମାସିଷ୍ଟ, ଅମିନ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ୨ଜଣ କିରାଣି ଅଛନ୍ତି। ଏହାକୁ ମିଶାଇ ମାସକ ଭିତରେ ୩୭ ଜଣ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ବରଖାସ୍ତ କଲେଣି। ଏଥିସହ ୬ ଜଣ କର୍ମଚାରୀଙ୍କର ପେନସନ୍‌କୁ ବନ୍ଦ କରାଯାଇଛି। ଏସବୁ କର୍ମଚାରୀ ଓ ଅଧିକାରୀମାନେ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ଭୁବନେଶ୍ୱର ଆର ଆଣ୍ଡ ବି, ଡିଭିଜନ-୧ର ଉପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜୀବେଶ ଚନ୍ଦ୍ର ରଥ, ଦଶପଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ତିରୁପତି ଭେଙ୍କଟେଶ୍ୱର ପାଣି, କାମାକ୍ଷାନଗର ବ୍ଲକର କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ପାତ୍ର, ଯାଜପୁର କ୍ଷୁଦ୍ର ଜଳସେଚନ ଡିଭିଜନର କନିଷ୍ଠ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ସିଂହଙ୍କୁ ବରଖାସ୍ତ କରାଯାଇଛି। ସେହିପରି ଜଗତ୍‍ସିଂହପୁର ଜିଲା ବଳରାମପୁରର ପୂର୍ବତନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅଭୟ କୁମାର ବିଶ୍ୱାଳ, ମାଥିଲି ବ୍ଲକ ସରଙ୍ଗପାଲି ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ କପିଳ ଚନ୍ଦ୍ର ନାୟକ, ନବରଙ୍ଗପୁର ପାପଡାହାଣ୍ଡିର ପିୟୁପି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପାତ୍ର ଓ ପାପଡ଼ାହାଣ୍ଡି ଟୋମ୍‍ ବିଦ୍ୟାଳୟର ପୂର୍ବତନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଧର ହରିଜନ, କନ୍ଧମାଳ କୋଡଗଡ ବ୍ଲକ ଆଦ୍ରି ନୂତନ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ଡିଗଲଙ୍କୁ ମୁଖ୍ୟମନ୍ତ୍ରୀ ବରଖାସ୍ତ କରିଛନ୍ତି।
କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ଅନ୍ୟ କର୍ମଚାରୀଙ୍କ ମଧ୍ୟରେ କୋଦଳା ତହସଲ ଅଫିସର ଆରଆଇ ମଙ୍ଗୁଳୁ ନାଏକ, ଶାଳପଡ଼ା ସ୍ବତନ୍ତ୍ର ଜମି ଅଧିଗ୍ରହଣ କାର୍ଯ୍ୟାଳୟର ଆରଆଇ ନରହରି ଓଝା, କେନ୍ଦୁଝର ବାସୁଦେବପୁର ପିଡି (ଆର ଆଣ୍ଡ ଆର)ର ଅମିନ ଶରତ ଚନ୍ଦ୍ର ସେଠୀ, ବୌଦ ପୁରୁଣା କଟକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ପୂର୍ବତନ ଫାର୍ମାସିଷ୍ଟ ସନ୍ତୋଷ କୁମାର ପଣ୍ଡା, ଇଚ୍ଛାପୁର ହାଇସ୍କୁଲର କନିଷ୍ଠ କିରାଣି ନକୁଳ କୁମାର ଖମାରୀ, ବୌଦ୍ଧ ହରଭଙ୍ଗାର ବିଇଓଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ବିରେନ୍ଦ୍ର କୁମାର ପଣ୍ଡା ଏବଂ କୋରାପୁଟ ନନ୍ଦପୁର ବ୍ଲକର ପଞ୍ଚାୟତ କାର୍ଯ୍ୟର୍ନିବାହୀ ଅଧିକାରୀ ପ୍ରଶାନ୍ତ ଚନ୍ଦ୍ର ନାୟକ ଅଛନ୍ତି।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories