www.samajalive.in
Thursday, December 11, 2025
27.1 C
Bhubaneswar

କରୋନା ଅପଡେଟ୍ : ସୁସ୍ଥ ହୋଇ ଘରକୁ ବାହୁଡିଲେ ୫୫୦ ଉହାନ ଫେରନ୍ତା

ନୂଆଦିଲ୍ଲୀ :  ଚୀନ୍‍ରୁ ଆସି ମନେସର ସେନାବାହିନୀ ଶିବିରରେ ରହିଥିବା ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ମଙ୍ଗଳବାର ସେମାନଙ୍କୁ ଛାଡ଼ିଦିଆଯାଇଛି। ସେମାନଙ୍କ ମଧ୍ୟରୁ କେହି କରୋନା ଭୂତାଣୁରେ ସଂକ୍ରମିତ ହୋଇନାହାନ୍ତି। ଆଜି ୨୪୮ ଜଣ ଲୋକଙ୍କୁ ସେଠାରୁ ଛଡ଼ାଯାଇଛି। ସେହି ଲୋକମାନଙ୍କୁ ଚୀନ୍‍ର ଉହାନରୁ ଭାରତ ଫେରାଇ ଅଣାଯାଇଥିଲା। ମୋଟ୍ ୫୫୦ ଉହାନ ଫେରନ୍ତାଙ୍କୁ ଘରକୁ ଛାଡି ଦିଆଯାଇଛି।
ଅନ୍ୟପକ୍ଷରେ ଚୀନ୍‍ରୁ ଆସି ଦିଲ୍ଲୀର ଛାଓଲା ସେଣ୍ଟର ସ୍ଥିତ ଆଇଟିବିପି ଶିବିରରେ ରହିଥିବା ୪୦୬ ଜଣ ଲୋକଙ୍କ ମଧ୍ୟରୁ ୩୦୨ ଜଣ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ସୋମବାର ଓ ଆଜି ସେମାନଙ୍କୁ ସେଠାରୁ ଛାଡ଼ି ଦିଆଯାଇଛି। ଅବଶିଷ୍ଟ ଲୋକମାନଙ୍କୁ ବୁଧବାର ସକାଳ ସୁଦ୍ଧା ସେଠାରୁ ଛାଡ଼ିଦିଆ ଯିବାର ଆଶା କରାଯାଉଛି। ସେମାନେ ସମସ୍ତେ ସୁସ୍ଥ ଥିବାର ଜଣାପଡ଼ିଛି। ୭ଜଣ ମାଳଦୀପ ନାଗରିକ ମଧ୍ୟ ​ସୋମବାର ରାତିରେ ଆଇଟିବିପି ଶିବିରରୁ ସ୍ୱଦେଶ ଯାତ୍ରା କରିଥିଲେ। ଏଠାରୁ ଯାଉଥିବା ସମସ୍ତ ବ୍ୟକ୍ତିଙ୍କୁ ୧୪ ଦିନ ପର୍ଯ୍ୟନ୍ତ କାହାସହ ମିଳାମିଶା ନ କରି ଅଲଗା ରହିବା ପାଇଁ ପରାମର୍ଶ ଦିଆଯାଇଛି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories