www.samajalive.in
Thursday, December 11, 2025
27.1 C
Bhubaneswar

ବାଘଛାଲ କାରବାର ବେଳେ ଚଢ଼ାଉ: ବନ୍ଧୁକ ଜବତ, ୩ ଗିରଫ

ଫୁଲବାଣୀ: ବାଘଛାଲ କାରବାର ସମୟରେ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଛି କନ୍ଧମାଳ ଜିଲା ଫୁଲବାଣୀ ବନ ବିଭାଗ। ଅଭିଯୁକ୍ତମାନଙ୍କଠାରୁ ବନ କର୍ମଚାରୀମାନେ ଏକ କଲରାପତରିଆ ବାଘ ଛାଲ, ବନ୍ଧୁକ, କୁଟୁରା ମୁଣ୍ଡ ଏବଂ ୨ଟି ବାଇକ୍‌ ଜବତ କରିଛି। ଗୁଦାରୀ ଗ୍ରାମ ନିକଟରେ ବାଘ ଛାଲ ଡିଲ୍ ଚାଲିଥିବାବେଳେ ବନ ବିଭାଗ କର୍ମଚାରୀମାନେ ଅଭିଯୁକ୍ତମାନଙ୍କୁ ମାଡ଼ି ବସିଥିଲେ।

ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ଅନ୍ତର୍ଗତ ଦଡ଼ିକ ଅଞ୍ଚଳର ପ୍ରଭାତ ମଲିକ(୩୫) ,ଖଜୁରିପଡ଼ା ଥାନା ଅନ୍ତର୍ଗତ ପାକାଡ଼ାମ୍ବା ଗ୍ରାମର ତ୍ରିନାଥ କହଁର(୫୬) ଏବଂ ଗୁମୁରିଖୋଲ ଅଞ୍ଚଳର ସଂଜୟ ମଲିକ (୪୪)। ଏହି ଅଭିଯୁକ୍ତମାନେ ମାନେ ଜଣେ ଜଣେ ପେଶାଦାର ଶିକାରୀ ବୋଲି ସୂଚନା ମିଳିଛି। ଅଭିଯୁକ୍ତମାନଙ୍କ ନାମରେ ଅନ୍ୟ କେଉଁ ମାମଲା ରହିଛି ତାହାକୁ ନେଇ ମଧ୍ୟ ତଦନ୍ତ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ୍‌, ଏସିଏଫ୍‌ ମଳୟରଂଜନ କାଲୋ ଏବଂ ସ୍ୱେତଲିନା ସାହୁ ଓ ବନାଞ୍ଚଳ ଅଧିକାରୀ ଶିବାନନ୍ଦ ଲେଙ୍କା, ବନପାଳ ସରୋଜ ମିଶ୍ର, ପ୍ରେମାନନ୍ଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଗତ ଜୁଲାଇ ୨୦ ତାରିଖରେ ମଧ୍ୟ ଟିକାବାଲି ଅଞ୍ଚଳରୁ ବନ କର୍ମଚାରୀମାନେ ବାଘଛାଲ ସହିତ ବନ୍ଧୁକ ଓ ଅନ୍ୟ ବହୁ ସାମଗ୍ରୀ ମଧ୍ୟ ଜବତ କରିଥିବା ବେଳେ ୬ ଜଣଙ୍କୁ ଗିରଫ କରିଥିଲେ।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories