www.samajalive.in
Monday, December 8, 2025
20.1 C
Bhubaneswar

୧୦ ପୌରସଂସ୍ଥାରେ ନିଯୁକ୍ତ ହେଲେ ଓଏସ୍‌ଡି

ଭୁବନେଶ୍ବର : କରୋନା ମୁକାବିଲା ଦିଗରେ ସହାୟତା ପାଇଁ ଓଡ଼ିଶା ପୌର ପ୍ରଶାସନ ସେବା(ଓମାସ)ର କିଛି ଅଧିକାରୀଙ୍କୁ ବିଭିନ୍ନ ପୌରସଂସ୍ଥାରେ ଅଫିସର ଅନ ​​‌ସ୍ପେଶାଲ ଡ଼୍ୟୁଟି(ଓଏସଡ଼ି) ଭାବେ ନିଯୁକ୍ତି ଦିଆଯାଇଛି। ଏ ସଂକ୍ରାନ୍ତରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି।
ଚିନ୍ମୟ ଆଚାର୍ଯ୍ୟଙ୍କୁ ରାଉରକେଲା ଆରଏମସି, ସୌମ୍ୟରଞ୍ଜନ ମିଶ୍ରଙ୍କୁ ସମ୍ବଲପୁର ମହାନଗର ନିଗମ ଏବଂ ଅବିନାଶ ମହାନ୍ତିଙ୍କୁ ପୁରୀ ପୌର ସଂସ୍ଥାରେ ଓଏସଡ଼ି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଆକ୍ରିତି ଗୋଏଙ୍କାଙ୍କୁ କଟକ ମହାନଗର ନିଗମ, ଏନ.ଗଣେଶ ବାବୁଙ୍କୁ ବ୍ରହ୍ମପୁର ମହାନଗର ନିଗମ,ଆଶାଲତା ରଚମାଲାଙ୍କୁ ବ୍ରହ୍ମପୁର ମହାନଗର ନିଗମ ମନୋଜକୁମାର ତାଣ୍ଡିଙ୍କୁ ସମ୍ବଲପୁର ମହାନଗର ନିଗମ, ବଳୟ ଦେହୁରୀଙ୍କୁ ସମ୍ବଲପୁର ମହାନଗର ନିଗମ ତ୍ରିଶୁଲ ମାରଡ଼ିଙ୍କୁ କଟକ ମହାନଗର ନିଗମ ଓ ଲକ୍ଷ୍ମଣ କୁମାର ମୁର୍ମୁଙ୍କୁ ରାଉରକେଲା ମହାନଗର ନିଗମର ଓଏସଡ଼ି ଭାବେ ନିଯୁକ୍ତି ଦିଆଯାଇଛି। ସ୍ଥିତି ଦାଶଙ୍କୁ ସମ୍ବଲପୁର, ସିଦ୍ଦିକ ଖାନଙ୍କୁ କଟକ, ସୌରଭ ମହାପାତ୍ରଙ୍କୁ ସମ୍ବଲପୁର, ଶର୍ମିଷ୍ଠା ଗୁରୁଙ୍କୁ ପୁରୀ, ସାରଙ୍ଗଶୋଭନ ପଟେଲଙ୍କୁ ରାଉରକେଲା, ରଶ୍ମିତା ପ୍ରିୟଦର୍ଶିନୀଙ୍କୁ କଟକ, ଦୀପକ କୁମାର ହଁାସଦାଙ୍କୁ ବ୍ରହ୍ମପୁର, ଶୁଭଲକ୍ଷ୍ମୀ ଖମାରିଙ୍କୁ ସମ୍ବଲପୁର, ଯୋଗେଶ ଛତ୍ରିଆଙ୍କୁ ରାଉରକେଲା ଏବଂ ମାଧୁରୀ କଲାହଙ୍କୁ ବ୍ରହ୍ମପୁର ଓଏସଡ଼ି ଭାବେ ନିଯୁକ୍ତ କରାଯାଇଛି। ସମ୍ପୃକ୍ତ ଅଧିକାରୀମାନେ ଉପରୋକ୍ତ ପୌର ସଂସ୍ଥାର ମୁନିସିପାଲ କମିଶନର, ନିର୍ବାହୀ ଅଧିକାରୀଙ୍କୁ ‌ରିପୋର୍ଟ କରିବାକୁ କୁହାଯାଇଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories