www.samajalive.in
Monday, December 8, 2025
27.1 C
Bhubaneswar

ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ରେ ଚାଲିବ +୨ ମୂଲ୍ୟାୟନ, ୧୫ ସୁଦ୍ଧା ବିଜ୍ଞାନ ଫଳ

ଭୁବନେଶ୍ବର : ରାଜ୍ୟରେ କରୋନା କଟକଣା ଯୋଗୁଁ ଯୁକ୍ତ ଦୁଇ ମୂଲ୍ୟାୟନ ବହୁଳ ଭାବେ ପ୍ରଭାବିତ ହୋଇଛି। ଫଳ ପ୍ରକାଶରେ ବିଳମ୍ବ ‌ହେବା ଆଶଙ୍କା ଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ସମୟରେ ମୂଲ୍ୟାୟନ କରିବାକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। କିଛି ଦିନ ପୂର୍ବେ ସଚିବ ଚିତ୍ରା ଅରୁମୁଗମ୍‌ ସମସ୍ତ ଜିଲାର ଜିଲାପାଳ, ଏସ୍‌ପି ଓ କଟକ-ଭୁବନେଶ୍ବର ଡିସିପିଙ୍କୁ ଚିଠି ‌ଲେଖିଥିବାବେଳେ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଜିଲାପାଳଙ୍କ ସହ ଫୋନ୍‌ରେ କଥା ହୋଇଥିଲେ।

ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯୁକ୍ତ ଦୁଇ ମୂଲ୍ୟାୟନକୁ ସ୍ବତନ୍ତ୍ର ରିଲିଫ କମିସନ ଜରୁରୀ ସେବା ଭାବେ ଅନ୍ତର୍ଭୁକ୍ତ କରିଛନ୍ତି। ଏହାଦ୍ବାରା ଏଣିକି ଖାତାଦେଖା ଠିକ୍‌ ଭାବେ ହୋଇପାରିବ ବୋଲି ସେ କହିଛନ୍ତି। ବିଭାଗର ଅତିରିକ୍ତ ସଚିବ ଡ.ପ୍ରତାପ କୁମାର ମିଶ୍ର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷକଙ୍କୁ ମଧ୍ୟ ଅବଗତ କରିଛନ୍ତି। କୋଭିଡ୍‌-୧୯ ନିୟମ ଖାତାଦେଖା ସମୟରେ ପାଳନ କରିବା ସହ ମୂଲ୍ୟାୟନ ପ୍ରକ୍ରିୟା ସ୍ବଭାବିକ କରିବାକୁ ଅବଗତ କରାଇଛନ୍ତି। ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ଯୁକ୍ତ ଦୁଇ ବିଜ୍ଞାନ ଫଳ ପ୍ରକାଶ କରିବାକୁ ପରିଷଦ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ବିଧିବଦ୍ଧ ଭାବେ ବିଭାଗ ପକ୍ଷରୁ ଘୋଷଣା କରାଯାଇ ନଥିଲେ ମଧ୍ୟ ପ୍ରଥମେ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ କରାଯିବ। ଏହାର ସପ୍ତାହକ ମଧ୍ୟରେ ବାଣିଜ୍ୟ ଫଳ ପ୍ରକାଶ ପାଇବ। କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ଫଳ ଅଗଷ୍ଟ ଶେଷ ସୁଦ୍ଧା ପ୍ରକାଶ ପାଇବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories