www.samajalive.in
Monday, December 8, 2025
20.1 C
Bhubaneswar

ଯୁକ୍ତ ଦୁଇ ନାମଲେଖା; ପ୍ରକାଶ ପାଇଲା ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା ଜୁନିଅର କଲେଜ

ଭୁବନେଶ୍ବର: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା କନିଷ୍ଠ ମହାବିଦ୍ୟାଳୟ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ଯୁକ୍ତ ଦୁଇ ନାମଲେଖା ପାଇଁ ଶୁକ୍ରବାର ମେଧା ତାଲିକା(ମେରିଟ୍‌ ଲିଷ୍ଟ) ପ୍ରକାଶ ପାଇଛି। କଳା , ବାଣିଜ୍ୟ ଓ ବିଜ୍ଞାନରେ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଛି।  ଶୁକ୍ରବାର ପୂର୍ବାହ୍ନ ସମୟରେ ସାମ୍ସ ୱେବସାଇଟରେ  –  (https://samsodisha.gov.in/Juniorweb.aspx ) ପ୍ରଥମ ପର୍ଯ୍ୟା କଟ୍‌ ଅଫ୍‌ ମାର୍କ ବା ମେଧା ତାଲିକା ପ୍ରକାଶ ପାଇଛି।

କଳାରେ ୭୨.୫% କଟ୍ ଅଫ୍ ମାର୍କ ସହ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଛି। ଦ୍ବିତୀୟ ସ୍ଥାନରେ ବିଜେବି କଲେଜ ୭୧.୮୩% କଟ୍ ଅଫ୍ ମାର୍କ ରହିଛି। ସେହିପରି ୬୭.୮୩% ସହ ତୃତୀୟରେ ରାଉରକେଲା ସରକାରୀ ଜୁନିଅର କଲେଜ ରହିଛି।

- Advertisement -

ବିଜ୍ଞାନରେ ମଧ୍ୟ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ଆଗରେ ରହିଛି। ବିଜ୍ଞାନରେ ରେଭେନ୍ସା ଜୁନିଅର କଲେଜର କଟ୍ ଅଫ୍ ମାର୍କ ୮୯% ରହିଛି । ଦ୍ବିତୀୟରେ ୮୮.୬% ସହ ବିଜେବି ଜୁନିଅର କଲେଜ ଓ  ୮୬.୬୭% ସହ ତୃତୀୟରେ ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ମନ୍ଦିର ରହିଛି।

ସେହିପରି ବାଣିଜ୍ୟରେ ୭୫.୮୩% ସହ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଛି। ୭୫.୫% ସହ ଦ୍ବିତୀୟରେ ରାଉରକେଲା ସରକାରୀ ଜୁନିଅର କେଲଜ। ବାଣିଜ୍ୟରେ ବିଜେବି ଜୁନିଅର କଲେଜ ୭୪% ସହ ତୃତୀୟରେ ରହିଛି।

ପ୍ରଥମ ପର୍ୟ୍ୟାୟରେ ଯୋଗ୍ୟ ବିବେଚିତ ବିଦ୍ୟାର୍ଥୀଙ୍କର ନାମଲେଖା ସେପ୍ଟେମ୍ବର ୨୧ରୁ ୨୬ ମଧ୍ୟରେ ଅନୁଷ୍ଠିତ ହେବ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories