www.samajalive.in
Monday, December 8, 2025
27.1 C
Bhubaneswar

ଜମ୍ମୁ କାଶ୍ମୀରରେ ଚଳିତ ବର୍ଷ ୧୩୮ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ଭାରତୀୟ ସୁରକ୍ଷା ବାହିନୀ ହାତରେ ୧୩୮ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାଯାଇଛି । ଏଥିସହିତ ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରୁ ୫୫ ଜଣଙ୍କୁ ଗିରଫ କରାଯାଇଛି । ଗତ କିଛିମାସ ଧରି ଏହି କେନ୍ଦ୍ରଶାସିତ ଅଞ୍ଚଳରେ ସାଧାରଣ ନାଗରିକଙ୍କ ଉପରେ ଆତଙ୍କି ଆକ୍ରମଣ ବୃଦ୍ଧି ପାଇବାରେ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି । ଏଥିସହିତ କେନ୍ଦ୍ର ସରକାରଙ୍କ ନିଦେ୍ର୍ଦଶକ୍ରମେ କାଶ୍ମୀର ଉପତ୍ୟକାକୁ କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ (ସିଆରପିଏଫ)ର ଅଧିକ ପ୍ରାୟ ୫୫୦୦ ଯବାନଙ୍କୁ ପଠାଯାଉଛି । ଆତଙ୍କବାଦ ସହିତ ସଂପୃକ୍ତ ଥିବା ଏବଂ ଆତଙ୍କବାଦୀଙ୍କୁ ସାହାଯ୍ୟ ସହଯୋଗ କରୁଥିବା ଅନ୍ୟ ପ୍ରାୟ ୭୦୦ ଜଣଙ୍କୁ ଚଳିତ ବର୍ଷ ଅଟକ ରଖାଯାଇଥିବା ଜଣାଯାଇଛି । ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବାପାଇଁ ଏଠାରେ ମୁତୟନ ହୋଇଥିବା ସୁରକ୍ଷା ବାହିନୀର ଯବାନମାନେ ପ୍ରତିଦିନ ପ୍ରାୟ ୮ ହଜାର ଯାନବାହନ ଏବଂ ପର୍ଯ୍ୟଟକଙ୍କ ସମେତ ୧୫ ହଜାର ଲୋକଙ୍କର ଯାଞ୍ଚ କରୁଛନ୍ତି । ଉପତ୍ୟକାରେ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ପାଇଁ ଲସ୍କର ଇ ତଇବା ଏବଂ ୟୁନାଇଟେଡ ଲିବରେସନ ଫ୍ରଣ୍ଟ (ୟୁଏଲଏଫ) ନିଜକୁ ଦାୟୀ କରିଛି ।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories