www.samajalive.in
Monday, December 8, 2025
27.1 C
Bhubaneswar

ରାଜଧାନୀରୁ ୧ କୋଟି ଟଙ୍କାର ବ୍ରାଉନସୁଗାର ଜବଦ, ୨ ଗିରଫ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରରେ ପୁଣି ଥରେ ମାତିଲେ ଧଳା ଜହର ବ୍ୟବସାୟୀ । ଲକ୍ ଡାଉନ ସମୟରେ ମଧ୍ୟ ଥମୁନି ଧଳା ଜହର ବେପାର । ଏପରି ସ୍ଥିତିରେ ଆଜି ରାଜଧାନୀ ଭୁବନେଶ୍ଵରରୁ ଏକ କୋଟି ଟଙ୍କାର ଧଳା ଜହର ଜବଦ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଖଣ୍ଡଗିରି ଅଞ୍ଚଳରୁ ଏହି କୋଟିଏ ଟଙ୍କାର ବ୍ରାଉନସୁଗାର କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଜବତ କରିଛି । ଚୋରା ଚାଲାଣ ଅଭିଯୋଗରେ ଦୁଇ ଜଣ ଗିରଫ ହୋଇଥିବା  ବେଳେ ଜଣେ ଫେରାର ହୋଇଯାଇଥିବା ଜଣାପଡିଛି ।

ସୂଚନାଅନୁସାରେ ବାଲେଶ୍ବରରୁ ୩ଜଣ ଜଣ ବେପାରୀ ବ୍ରାଉନସୁଗାର ନେଇ ରାଜଧାନୀ ଆସୁଥିବା କ୍ରାଇମବ୍ରାଞ୍ଚ ଏସଟିଏଫ ଖବର ପାଇଥିଲା । ପୂର୍ବରୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଖବର ପାଇ ଖଣ୍ଡଗିରି ଅଞ୍ଚଳରେ ଜଗି ରହିଥିଲେ । ତିନି ଯୁବକ ପହଞ୍ଚିବା ପରେ ସେମାନଙ୍କୁ ଧରିଥିଲା ଏସଟିଏଫ ଟିମ୍ । ୩ ଯୁବକଙ୍କ ମଧ୍ୟରୁ ୨ ଜଣ ଯୁବକ ଧରାପଡିଥିବା ବେଳେ ଜଣେ ଯୁବକ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ ।

- Advertisement -

ଜବତ ବ୍ରାଉନସୁଗାର ପ୍ରାୟ ୧ କେଜି ଓଜନର ଥିବା ​‌ବେଳେ ଏହାର ମୂଲ୍ୟ ପ୍ରାୟ ଏକ କୋଟି ହେବ ବୋଲି ଜଣାପଡିଛି ।ଗିରଫ ଦୁଇ ଜଣଙ୍କ ନିକଟରୁ ବାଇକ୍ ଜବତ କରିଛି ଏସଟିଏଫ । ଗିରଫ ଦୁଇ ଅଭିଯୁକ୍ତ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଅଞ୍ଚଳର ବୋଲି ସୂଚନା ମିଳିଛି । ତେବେ ଜବତ ବ୍ରାଉନସୁଗାର କେଉଁଠାରୁ ଆସିଥିଲା ଏବଂ ଏମାନେ କାହା ପାଖକୁ ନେଇ ଯାଉଥିଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories