www.samajalive.in
Monday, December 8, 2025
27.1 C
Bhubaneswar

ଶାବରୀମାଳା ମନ୍ଦିର ପ୍ରସଙ୍ଗ: ୧୪୦୦ ବିକ୍ଷୋଭକାରୀ ଗିରଫ

ତିରୁଅନନ୍ତପୁରମ: କେରଳର ପ୍ରସିଦ୍ଧ ଶାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଅନୁମତିକୁ ବିରୋଧ କରି ଚାଲିଥିବା ବିକ୍ଷୋଭକୁ ଦମନ ଲାଗି ପୁଲିସ ବ୍ୟାପକ ଚଢଉ କରିଛି। ପୁଲିସ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢଉ କରି ୧୪୦୦ ବିକ୍ଷୋଭକାରୀଙ୍କୁ ଗିରଫ କରିଛି। ରାଜ୍ୟ ପୁଲିସ ମହାନିର୍ଦେଶକ ଲୋକନାଥ ବେହେରାଙ୍କ କହିବା ଅନୁଯାୟୀ ବୁଧ ଓ ଗୁରୁ ଦୁଇଦିନ ଚଢଉ କରାଯାଇ ଏହି ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି। ଅନ୍ୟପଟେ ବିକ୍ଷୋଭକାରୀଙ୍କ ବିରୋଧରେ ୪୪୦ଟି ମାମଲା ରୁଜୁ କରାଯାଇଛି। ଗୁରୁବାର କେରଳ ରାଜ୍ୟପାଳ ପି ସଥଶିବମ୍‍ ନୂଆଦିଲ୍ଲୀରେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଶାବରୀମାଳା ମନ୍ଦିର ଭିତରେ ଓ ବାହାରେ ହୋଇଥିବା ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ରାଜନାଥଙ୍କୁ ଅବଗତ କରାଯାଇଛି।
ବିକ୍ଷୋଭରେ ସାମିଲ ପ୍ରାୟ ୨୦୦ ସନ୍ଦିଗ୍ଧ ବିକ୍ଷୋଭକାରୀଙ୍କ ଫଟୋଚିତ୍ର ମଧ୍ୟ ପୁଲିସ ଜାରି କରିଛି। ରାଜ୍ୟର ବିଭିନ୍ନ ଜିଲାରେ ଏହି ଲୋକଙ୍କ ସନ୍ଧାନ କରିବା ଲାଗି ସ୍ୱତନ୍ତ୍ର ଦଳ ଗଠନ କରାଯିବ ବୋଲି ପୁଲିସ କହିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories