www.samajalive.in
Monday, December 8, 2025
27.1 C
Bhubaneswar

ମା’କୁ ବଞ୍ଚାଇବାକୁ ଯାଇ ପୁଅ ଖାଇଲା ଗୁଳି

ଚିକିଟି/ଦିଗପହଣ୍ଡି: ପ୍ରେମ ବ୍ୟାପାର ଓ ଘରୋଇ କଳିକୁ କେନ୍ଦ୍ର କରି ମାମୁର ଦେଶୀବନ୍ଧୁକ ଗୁଳିରେ ଭଣଜା ଗୁରୁତର ଆହତ ହୋଇଛି। ଦିଗପହଣ୍ଡି ବ୍ଲକ ତଥା କେ.ନୂଆଗାଁ ଥାନା ଅନ୍ତର୍ଗତ ଦାମୋଦରପୁର ଗ୍ରାମରେ ଏହି ଘଟଣା ଘଟିଛି। ଦାମୋଦରପୁର ଗ୍ରାମର ଦଣ୍ଡାସି ନାୟକର କନ୍ୟା ସହ ସେହି ଗ୍ରାମର ଭଣଜା ସନାତନ ମଳିକର ପ୍ରେମ ସମ୍ପର୍କ ରହିଥିଲା। ଏହାକୁ କନ୍ୟା ପିତା ଦଣ୍ଡାସି ଓ ଅଜା ଅର୍ଜୁନ ନାୟକ ପ୍ରତିବାଦ କରିଥିଲେ। ଏହାକୁ ନେଇ ଗତବର୍ଷ ଥାନାରେ ଏକ ମାମଲା ହୋଇଥିଲା। ଏହି ଘଟଣାରେ ସନାତନ ଜେଲ ମଧ୍ୟ ଯାଇଥିଲା। ଏବେ ଏକ ସପ୍ତାହ ହେଲା ସେ ଜେଲରୁ ମୁକୁଳିବା ପରେ ପ୍ରେମ ସମ୍ପର୍କକୁ ନେଇ ପୁନର୍ବାର ଝଡ ସୃଷ୍ଟି ହୋଇଥିଲା। ତେବେ ମାମୁ ଦଣ୍ଡାସି ଓ ଅଜା ଅର୍ଜୁନ ପୁନର୍ବାର ଏହାର ଦୃଢ ପ୍ରତିବାଦ କରି ସନାତନର ମା’ଙ୍କୁ ଧମକଚମକ ଦେଇ ପୁଅକୁ ନିୟନ୍ତ୍ରଣ କରିବାକୁ କହିଥିଲେ। ଏଥିରେ ସନାତନଙ୍କ ମା’ ପ୍ରତିକ୍ରିୟାଶୀଳ ହୋଇ ଝିଅକୁ ପ୍ରଥମେ
ନିୟନ୍ତ୍ରଣରେ ରଖିବାକୁ ଭାଇ ଓ ବାପାଙ୍କୁ କହିଥିଲେ। ଏଥିରେ ଦଣ୍ଡାସି ଉତକ୍ଷିପ୍ତ ହୋଇ ଘରେ ରଖିଥିବା ଦେଶୀବନ୍ଧୁକ ଆଣି ଗୁଳି କରିଦେବାକୁ ଉଦ୍ୟମ କରିଥିଲା। ମା’ ଉପରକୁ ଗୁଳି ବାଜିବା ନିଶ୍ଚିତ ଜାଣିପାରି ପୁଅ ସନାତନ ମା’ ଆଗରେ ଛିଡା ହୋଇଯାଇଥିଲା। ମାମୁର ଦେଶୀ ବନ୍ଧୁକର ଗୁଳି ସିଧା ଭଣଜା ସନାତନର ଦୁଇ ଗୋଡରେ ମାଡ ହୋଇଥିଲା। ଗୁରୁତର ଅବସ୍ଥାରେ ସନାତନକୁ ପ୍ରଥମେ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ଆହତ ସନାତନ ପାଖରେ ରହି ସେବା କରୁଛି ପ୍ରେମିକା। ଖବର ପାଇ ପୁଲିସ ଗ୍ରାମରେ ପହଞ୍ଚି ଦଣ୍ଡାସିକୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ଏସଡିପିଓ ପ୍ରକାଶଚନ୍ଦ୍ର ଜେନା ସୂଚନା ଦେଇଛନ୍ତି।
ସୂଚନା ମୁତାବକ କନ୍ୟା ସହ ସମ୍ପର୍କ ରହିଛି, ବିବାହ ନକରାଇଲେ ଉଠାଇ ନେବି ବୋଲି ଭଣଜା ସନାତନ କୁଆଡେ ମାମୁ ଦଣ୍ଡାସୀଙ୍କୁ ଚେତାବନୀ ଦେଇଥିଲା। ଜାମିନରେ ଆସିବା ପରେ ସନାତନ ମାମୁଙ୍କ ଘରକୁ ଯାଇ ତାଙ୍କ କନ୍ୟାକୁ ବିବାହ କରିବାକୁ ଜିଦ୍‍ ଧରିଥିଲା। ଫଳରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବାଦାନୁବାଦ ଓ ଉଚ୍ଚବାଚ ହୋଇଥିଲା। ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା। ଆଜି ସନାତନଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ପୁଲିସ ତନାଘନା ଆରମ୍ଭ ହୋଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories