www.samajalive.in
Monday, December 8, 2025
20.1 C
Bhubaneswar

ଅନଶନରତ ଚାଷୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ବରଗଡ: ଫସଲ ବୀମା ଦାବି ନେଇ ପାଇକମାଲ ବ୍ଳକର ପଲସଦା କୃଷି ସମବାୟ ସମିତି ସମ୍ମୁଖରେ ଆଞ୍ଚଳିକ କୃଷକ ସଙ୍ଗଠନ ପଦ୍ମପୁରର ଚାଷୀମାନେ ଅନଶନ ଚଲାଇଥିବା ବେଳେ ଏକ ଦୁଃଖଦ ଘଟଣା ଘଟିଛି। ସୋମବାର ରାତିରେ ଧାରଣା ଦେଉଥିବା ପଲସଦା ଗ୍ରାମର ଚାଷୀ ଗୋବିନ୍ଦ ବିଶ୍ୱାଲ (୫୦) ଙ୍କ ଧାରଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଛି । ମୃତ ଚାଷୀ ତାଙ୍କ ୩.୧୫ ଏକର ଜମିରେ ଧାନ ଚାଷ କରିଥିଲେ । ଗତ ଋତୁରେ ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । ସେ ଫସଲ ବୀମା କରିଥିବା ସତ୍ୱେ ଏ ପର୍ୟ୍ୟନ୍ତ କ୍ଷତିପୂରଣ ପାଇ ପାରି ନଥିବାରୁ ମାନସିକ ଦୁଃଶ୍ଚିନ୍ତାରେ କାଳାତିପାତ କରୁଥିଲେ । ଏଣୁ କ୍ଷୁବ୍ଧ ଚାଷୀମାନଙ୍କ ସହ ସେ ପଳସଦା ସେବା ସମବାୟ ସମିତି ସମ୍ମୁଖରେ ଧାରଣାରତ ଥିବା ସମୟରେ ତାଙ୍କ ମୃତ୍ୟୁ ହୋଇଯାଇଛି । ଏକଥା ଜଣା ପଡ଼ିବା ପରେ ଉତ୍ତ୍ୟକ୍ତ ଚାଷୀମାନେ ପାଇକମାଲ ରାସ୍ତା ଅବରୋଧ କରିଛନ୍ତି । ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଉଛି । ଖବରପାଇ ପ୍ରଶାସନିକ ଅଧିକାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories