www.samajalive.in
Monday, December 8, 2025
27.1 C
Bhubaneswar

ଭିମସାର ସନ୍ଦିଗ୍ଧ କରୋନା ରୋଗୀଙ୍କ ରକ୍ତ ନମୁନା ନେଗେଟିଭ : ଘରକୁ ଫେରିଲେ ପ୍ରଥମ କରୋନା ସନ୍ଦିଗ୍ଧ ରୋଗୀ

ସମ୍ବଲପୁର/ ବୁର୍ଲା : ଭିମସାରରେ ଭର୍ତ୍ତି ହୋଇଥିବା ୨ କରୋନା ସନ୍ଦିଗ୍ଧଙ୍କ ରକ୍ତ ନମୁନା ପରୀକ୍ଷଣ ପରେ ନେଗେଟିଭ ଆସିଥିବା ସୂଚନା ମିଳିଛି। ଭିମସାରର ଛାତି ଓ ସକ୍ରମଣ ରୋଗ ବିଭାଗରେ ଖୋଲାଯାଇଥିବା କରୋନା ନୋଡ଼ାଲ ସେଣ୍ଟରରେ ସୋନପୁର ଡ଼ୁଙ୍ଗୁରିପାଲି ଅଞ୍ଚଳର ଜନୈକ ବ୍ୟବସାୟୀ ଦୁବାଇରୁ ଫେରିବା ପରେ ତାଙ୍କୁ ଜ୍ୱର ଏବଂ ଥଣ୍ଡାକାଶ ହେବା ସହିତ କରୋନା ଭାଇସର ଲକ୍ଷଣ ଦେଖାଦେବାରୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରୁ ବୁର୍ଲା ଭିମସାରକୁ ଗତ ୩ ତାରିଖ ରାତିରେ ପ୍ରେରିତ ହୋଇଥିଲେ। ଆଇସୋଲେସନ ବିଭାଗରେ କରୋନା ନୋଡ଼ାଲ ସେଣ୍ଟରର ଡ଼ାକ୍ତରଙ୍କ କଡ଼ା ପର୍ୟ୍ୟାବେକ୍ଷଣରେ ରହିଥିବା ବେଳେ ଗତ ୪ ତାରିଖ ଦିନ ରୋଗୀର ସ୍ୱାବ ଏବଂ ରକ୍ତନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱର ସ୍ତିତ ରିଜିଓନାଲ ମେଡ଼ିକାଲ ରିସର୍ଚ୍ଚ ଲାବାରାଟୋରୀ ଏବଂ ପରେ ଏନଆଇସିଇଡ଼ି(ନେଶନାଲ ଇନଷ୍ଟିଚ୍ୟୁଟ ଅଫ୍‍ କୋଲେରା ଏଣ୍ଟେରିକ ଡ଼ିଜିଜ୍‍) ଭାଇରୋଲୋଜି ୟୁନିଟ କୋଲକତାକୁ ପରୀକ୍ଷଣ ପାଇଁ ପଠାଯାଇଥିଲା। ସେଠାରୁ ଶୁକ୍ରବାର ଆସିଥିବା ରିପୋର୍ଟରେ ଦର୍ଶାଯାଇଛି ଯେ ଭିମସାରରୁ ପଠାଯାଇଥିବା ଦୁଇଟି ରକ୍ତ ନମୁନା କରୋନା ନେଗେଟିଭ ଅଟେ। ଏହା ଜଣାପଡିବା ପରେ କରୋନା ନୋଡ଼ାଲ ସେଣ୍ଟରର ଯୋନାଲ ମୁଖ୍ୟ ସହଯୋଗୀ ପ୍ରଫେସର ସୁଦର୍ଶନ ପୋଥାଲ ଉକ୍ତ ଦୁବାଇରୁ ଫେରନ୍ତା ରୋଗୀର କରୋନା ଭାଇରସ ନେଗେଟିଭ୍‍ ଆସିଥିବା ଯୋଗୁଁ ସେ ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି।

ସୂଚନା ଥାଉକି ୩୩ ବର୍ଷିୟ ବିବାହିତ ଡ଼ୁଙ୍ଗୁରିପାଲିର ଦକ୍ଷିଣ ଭାରତୀୟ ଯୁବକ ଦୁବାଇକୁ ତାଙ୍କର ବ୍ୟବସାୟିକ ବୈଠକରେ ଯୋଗଦାନ ଦେବା ପାଇଁ ଯାଇ ଗତ ଫେବ୍ରୁଆରୀ ମାସ ୨୬ରେ କୋଲକତା ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ଟ୍ରେନରେ ଘରକୁ ଫେରିବା ପରେ ଗତ ୩ ତାରିଖ ରାତିରେ ଅସୁସ୍ଥ ଅନୁଭବ କରିବା ପରେ ଡ଼ୁଙ୍ଗୁରିପାଲି ସ୍ୱାସ୍ଥ୍ୟକେନ୍ଦ୍ରରୁ ଡ଼ାକ୍ତରଙ୍କ କରୋନା ଭାଇରସରେ ପିଡ଼ିତ ସନ୍ଦେହରେ ବୁର୍ଲା ଭିମସାରକୁ ପ୍ରେରିତ ହୋଇଥିଲେ। ବୁର୍ଲା ଭିମସାରରେ ଭର୍ତ୍ତି ଥିବା ପ୍ରଥମ ସନ୍ଦିଗ୍ଧ କରୋନା ରୋଗୀଙ୍କର ରିପୋର୍ଟ ନେଗେଟିଭ ବାହାରି ଏବଂ ସେ ସ୍ୱାଇନ ଫ୍ଲୁ ରେ ପିଡିତ ଥିବାର ଜଣାପଡିଛି। ତେବେ ରୋଗୀ ଜଣକ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ, ଏବେ ପର୍ୟ୍ୟନ୍ତ ବୁର୍ଲା ଭିମସାରରେ ଭର୍ତ୍ତି ହୋଇଥିବା ସନ୍ଦିଗ୍ଧ କରୋନା ରୋଗୀ ମାନଙ୍କ ମଧ୍ୟରୁ କାହାରି ରିପୋର୍ଟ ପଜିଟିଭ ଆସି ନାହିଁ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories