ବିମାନ ଅବତରଣର ୩୦ ମିନିଟ୍ ଭିତରେ ଯାତ୍ରୀଙ୍କୁ ମିଳିବ ସମସ୍ତ ସାମଗ୍ରୀ

ନୂଆଦିଲ୍ଲୀ : ନାଗରିକ ଉଡ୍ଡୟନ ସୁରକ୍ଷା ବ୍ୟୁରୋ (BCAS) ଏୟାର ଇଣ୍ଡିଆ ସମେତ ୭ ବିମାନ କମ୍ପାନୀଙ୍କୁ ବିମାନବନ୍ଦରରେ ସଠିକ ସମୟରେ ଯାତ୍ରୀଙ୍କୁ ସାମଗ୍ରୀ ଡେଲିଭରୀ କରିବାକୁ ନିର୍ଦ୍ଦେଶ ଜାରି କରିଛି । ବିସିଏଏସର ନୂଆ ନିୟମ ଅନୁସାରେ ଏଣିକି ବିମାନକମ୍ପାନୀଙ୍କୁ ଅବତରଣର ୩୦ ମିନିଟ୍ ଭିତରେ ଯାତ୍ରୀଙ୍କୁ ତାଙ୍କ ବ୍ୟାଗ୍ ପ୍ରଦାନ କରିବାକୁ ହେବ । ଏହାକୁ ଲାଗୁ କରିବା ପାଇଁ ୨୬ ଫେବୃୟାରୀ ସମୟ ସୀମା ଦିଆଯାଇଛି । ଯଦି ନିୟମର ପାଳନ ହେବନି ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

BCAS ଏୟାର ଇଣ୍ଡିଆ, ଇଣ୍ଡିଗୋ, ଅକାସା, ସ୍ପାଇସଜେଟ୍, ଭିସ୍ତାରା ଆଦିକୁ ଏହି ଆଦେଶ ଜାରି କରିଛି । ବିମାନ ଇଞ୍ଜିନ ବନ୍ଦ ହେବାର ୧୦ ମିନିଟ୍ ଭିତରେ ପ୍ରଥମ ଏବଂ ୩୦ ମିନିଟ୍ ଭିତରେ ଶେଷ ବ୍ୟାଗ୍ କନଭେୟର  ବେଲ୍ଟରେ ପହଞ୍ଚିବା ଉଚିତ୍ ବୋଲି ଏଥିରେ କୁହାଯାଇଛି ।

କେନ୍ଦ୍ର ନାଗରିକ ଉଡ୍ଡୟନ ମନ୍ତ୍ରୀ ଜ୍ୟେତିରାଦିତ୍ୟ ସିନ୍ଧିଆଙ୍କ ନିର୍ଦ୍ଦେଶ ପରେ ବିସିଏଏସ୍ ଜାନୁୟାରୀରୁ ୬ ବିମାନବନ୍ଦରରେ ସାମଗ୍ରୀର ମିଳିବାରେ ଲାଗୁଥିବା ସମୟ ଉପରେ ନଜର ରଖୁଥିଲା । ସମୀକ୍ଷାରେ ଜଣାପଡିଲା କି ସମୟରେ ସୁଧାର ହୋଇଛି କିନ୍ତୁ ଏଣିକି ଏହାକୁ ବାଧ୍ୟତାମୂଳକ କରାଯିବା ଉଚିତ୍ । ଏହା ପରେ ସଠିକ୍ ସମୟ ଭିତରେ ଯାତ୍ରୀଙ୍କୁ ତାଙ୍କ ସାମଗ୍ରୀ ଦେବା ନିୟମ ପ୍ରସ୍ତୁତ କରାଯାଇଛି । ୩୦ ମିନିଟ୍ ଭିତରେ ଯାତ୍ରୀଙ୍କୁ ତାଙ୍କ ସାମଗ୍ରୀ ମିଳିଲେ ସେମାନେ ଯାତ୍ରାର ଉତ୍ତମ ଅନୁଭୂତି ପାଇବେ ବୋଲି କହିଛି ନାଗରିକ ଉଡ୍ଡୟନ ସୁରକ୍ଷା ବ୍ୟୁରୋ ।

Comments are closed.