ଚରିଆବାଡ ଗ୍ରାମରେ ଅଦ୍ଭୁତ ଶିଶୁ ଜନ୍ମ

ପାତ୍ରପୁର: ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତ ଚରିଆବାଡ ଗ୍ରାମରେ ଗତକାଲି ରାତିରେ ଏକ ଅଦ୍ଭୁତ ଶିଶୁପୁତ୍ର ଜନ୍ମଗ୍ରହଣ କରିଛି । ଶିଶୁପୁତ୍ରଟିର ମୁଣ୍ଡରେ ଏକ ବଡ ମୁଣି ପରି ରହିଥିବା ଦେଖିବାକୁ ମିଳିଛି । ତେବେ ଗାଁର କିଛି ବ୍ୟକ୍ତି ଏହା ପାକସ୍ଥଳୀ ବୋଲି ଅନୁମାନ କରିଥିବା ବେଳେ ଡାକ୍ତରଖାନାକୁ ନେବା ପରେ ପ୍ରକୃତ ଘଟଣା ଜଣାପଡିବ । ଗତକାଲି ରାତି ସାଢ଼େ ଗୋଟେ ସମୟରେ ଗାଁର ଜଣେ ଆଦିବାସୀ ଯୁବକ ଉପେନ୍ଦ୍ର ପ୍ରଧାନଙ୍କ ପତ୍ନୀଙ୍କ ଏହି ଭଳି ଶିଶୁଜନ୍ମ ହୋଇଥିଲା । ତାଙ୍କର ପୂର୍ବରୁ ଦୁଇଟି ପୁଅ ଝିଅ ଥିବା ବେଳେ ଏହା ତୃତୀୟ ସନ୍ତାନ ବୋଲି ଜଣାଯାଉଛି । ତେବେ ଶିଶୁଟି ଘରେ ପ୍ରସବ ହୋଇ ଥିବା ବେଳେ ଡାକ୍ତର ଖାନାକୁ ଆଶାକର୍ମୀ ଆସିଲେ ଡାକ୍ତରଖାନାକୁ ନେବାକୁ ସ୍ଥିର କରିଛନ୍ତି । ଏହି ଶିଶୁଟିକୁ ଦେଖିବାକୁ ଭିଡ଼ ଜମୁଛି ।

kalyan agarbati

Comments are closed.