ରିମାଣ୍ଡରେ ଆସିବ ମାଷ୍ଟର ମାଇଣ୍ଡ: ବିହାର ଯାଇଛି ସମ୍ବଲପୁର ପୁଲିସ୍ ଟିମ୍

ସମ୍ବଲପୁର : ବହୁଚର୍ଚ୍ଚିତ ସମ୍ବଲପୁର ମାନ୍ନାପୁରମ୍ ଅଫିସରୁ ଲୁଟ୍ ମାମଲାରେ ଧିରେ ଧିରେ ଗୁମର ଫୁଟୁଛି। ଜେଲ ଭିତରେ ଥାଇ ବି କିପରି ଘଟଣାର ମାଷ୍ଟର ମାଇଣ୍ଡ ବାହାରେ ଏଭଳି ଯୋଜନା କରୁଥିଲା । ସମ୍ବଲପୁର ମାନ୍ନାପୁରମ୍ ଅଫିସରୁ ଟଙ୍କା ଏବଂ ସୁନା ଡାକାୟତି ଘଟଣାର ମାଷ୍ଟର ମାଇଣ୍ଡ ପଲ୍ଲୁ ସିଂ ଜେଲ ଭିତରେ ଥାଇ ବି ନିଜର ଗ୍ୟାଙ୍ଗ ଦ୍ଵାରା ଡକାୟତି କରାଉଥିଲା। ତେବେ ତାକୁ ରିମାଣ୍ଡରେ ଆଣିବାକୁ ସମ୍ବଲପୁର ପୁଲିସର ଏକ ଟିମ୍ ବିହାର ଯାଇଛି। ପଲ୍ଲୁ ସିଂ ଏବେ ପାଟନାର ବେହୁର ସେଣ୍ଟ୍ରାଲ ଜେଲରେ ରହିଛି। ସେ ହିଁ ସମ୍ବଲପୁର ଡାକୟତି ଘଟଣାର ମାଷ୍ଟର ମାଇଣ୍ଡ ବୋଲି ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା। ତାର ଅନ୍ୟ ଜଣେ ମୁଖ୍ୟ ସହଯୋଗୀ ସୁବୋଧ ସିଂ କୋଲକାତାର ପ୍ରେସିଡେନ୍ସି ଜେଲରେ ଅଛି। ଜେଲ ଭିତରେ ଥାଇ ବି ଉଭୟ ଦେଶର ବିଭିନ୍ନ ସ୍ଥାନରେ ଅନୁରୂପ ଢଙ୍ଗରେ ସୁନା ଓ ଟଙ୍କା ଲୁଟ୍ କରୁଥିଲେ। ସମ୍ବଲପୁର ପୁଲିସର ତଦନ୍ତକାରୀ ଅଧିକାରୀଙ୍କ ସମେତ ୮ ଜଣ ପାଟନା ଯାଇଛନ୍ତି। ପାଟନାର ଅତିରିକ୍ତ ସେସନ୍ସ କୋର୍ଟ ରୁ ମିଳିଥିବା ରିମାଣ୍ଡ ଅନୁମତି ଆଧାରରେ ପୁଲିସ ପଲ୍ଲୁ ସିଂ ଙ୍କୁ ୧୦ ଦିନିଆ ରିମାଣ୍ଡରେ ଆଣୁଛି।
Comments are closed.