ହନୁମାନ ଜୟନ୍ତୀ ପାଇଁ ସୁରକ୍ଷା ବାହିନୀ ପକ୍ଷରୁ ଫ୍ଲାଗମାର୍ଚ୍ଚ

ସମ୍ବଲପୁର: ଆଗାମୀ ହନୁମାନ ଜୟନ୍ତୀ ଉତ୍ସବକୁ ଧ୍ୟାନରେ ରଖି ସମ୍ବଲପୁର ପୁଲିସ ସମେତ ଅନ୍ୟ ସୁରକ୍ଷା ସଂସ୍ଥାଗୁଡ଼ିକ ଦ୍ୱାରା ମିଳିତ ଭାବରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଶୁକ୍ରବାର ଅପରାହ୍ନରେ ସୁରକ୍ଷାକୁ ଧ୍ୟାନରେ ରଖି ଏବଂ ଜନତାଙ୍କୁ ସୁରକ୍ଷିତ ପରିବେଶ ପ୍ରଦାନ ଲକ୍ଷ୍ୟରେ ସମ୍ବଲପୁର ପୁଲିସ, ବିଏସଏଫ, ସିଆରପିଏଫ, ରାପିଡ ଏକ୍ସନ ଫୋର୍ସ ଫ୍ଲାଗ ମାର୍ଚ୍ଚରେ ସାମିଲ ହୋଇଥିଲେ। ଜିଲା ସ୍କୁଲ ଛକରୁ ଫ୍ଲାଗ ମାର୍ଚ୍ଚ ବାହାରି ଭୁତାପଡା, ମୋତିଝରନ, ସୁନାପାଲି, ଗେଙ୍ଗୁଟିପାଲି, ପେନସନପଡା ଦେଇ ଗୋଲ ବଜାର ପର୍ଯ୍ୟନ୍ତ ଯାଇଥିଲା। ହନୁମାନ ଜୟନ୍ତୀ ଉତ୍ସବ ସମୟରେ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବ ସେଥିପାଇଁ ପୁଲିସ ତରଫରୁ ନିୟମିତ ଫ୍ଲାଗ ମାର୍ଚ୍ଚ ଓ ଅନ୍ୟାନ୍ୟ ପଦକ୍ଷେପ ନିଆଯାଉଛି।

Comments are closed.