www.samajalive.in
Sunday, December 7, 2025
23.1 C
Bhubaneswar

ବଲିଉଡ୍‌କୁ ଅଲବିଦା କଲେ ଦଙ୍ଗଲ ଗର୍ଲ ଜାୟରା ୱସିମ୍‌

ମୁମ୍ବଇ: ଦଙ୍ଗଲ ଚଳଚ୍ଚିତ୍ରରେ ନିଜର ଦମ୍‌ଦାର ଅଭିନୟ ପାଇଁ ଚର୍ଚ୍ଚାକୁ ଆସିଥିବା ଦଙ୍ଗଲ ଗର୍ଲ ଜାୟରା ୱସିମ ବଲିଉଡ୍‌କୁ ଅଲବିଦା କହିଛନ୍ତି। ଏଣିକି ସେ ଆଉ କୌଣସି ବଲିଉଡ୍‌ ଚଳଚ୍ଚିତ୍ରରେ ନଜର ଆସିବେ ନାହିଁ। ‘ଦ ସ୍କାଇ ଇଜି ପିଙ୍କ୍‌’ ତାଙ୍କର ଶେଷ ଚଳଚ୍ଚିତ୍ର ହେବ, ଯାହା ଆଗାମୀ କିଛିଦିନ ମଧ୍ୟରେ ମୁକ୍ତିଲାଭ କରିବ। ଜାୟରାଙ୍କ ଅଚାନକ ଏହି ଘୋଷଣା ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଥିବାବେଳେ ବଲିଉଡ୍‌ରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

ସିକ୍ରେଟ ସୁପରଷ୍ଟାର ଫେମ୍‌ ନ୍ୟାଶନାଲ ଆୱାର୍ଡ ଜିତିଥିବା ଅଭିନେତ୍ରୀ ଜାୟରା ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅଭିନୟ ଛାଡ଼ିବା ସମ୍ପର୍କରେ ସୂଚନା ଦେଇଛନ୍ତି। ନିଜର ଧର୍ମ କାରଣରୁ ସେ ବଲିଉଡ୍‌ ଛାଡ଼ୁଥିବା ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, ୫ବର୍ଷ ତଳେ ମୁଁ ଏକ ଏଭଳି ନିଷ୍ପତ୍ତି ନେଇଥିଲି, ଯାହା ମୋର ଜୀବନକୁ ସବୁଦିନ ପାଇଁ ବଦଳାଇ ଦେଇଥିଲା। ବଲିଉଡ୍‌ରେ ପାଦ ଦେବା କ୍ଷଣି ଲୋକପ୍ରିୟତା ସାଉଁଟିବାକୁ ଅନେକ ରାସ୍ତା ଉନ୍ମୁକ୍ତ ହୋଇଗଲା। ମୁଁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହେଲି। ଅନେକ ଥର ମୋତେ ଯୁବ ପ୍ରତିଭାଙ୍କ ଆଦର୍ଶ ଭାବେ ଗଣାଯାଇଛି। ହେଲେ ସଫଳତା ଏବଂ ବିଫଳତାକୁ ନେଇ ମୁଁ ଯେଉଁସବୁ ସ୍ବପ୍ନ ଦେଖିଥିଲି, ଏସବୁ ତାହା ନ ଥିଲା।

- Advertisement -

ସେ ଆହୁରି ଲେଖିଛନ୍ତି, ଆଜି ମୋର ବଲିଉଡ୍‌ରେ ୫ବର୍ଷ ପୂରଣ ହୋଇଗଲା। ମୁଁ ଏହା କହିବାକୁ ଚାହୁଁଛି ଯେ, ବର୍ତ୍ତମାନ ମୁଁ ନିଜର ଏହି ପରିଚୟ ଏବଂ ଯେଉଁସବୁ କାମ କରୁଛି ତାହାକୁ ନେଇ ଖୁସି ନାହିଁ। ଲମ୍ବା ସମୟ ଧରି ମୋତେ ଏମିତି ଲାଗୁଛି କି ମୁଁ କିଛି ଆଉ କିଛି ହେବାକୁ ଇଚ୍ଛା କରୁଛି। ମୋତେ ଏହା ଅନୁଭବ ହୋଇସାରିଛି। ଯେଉଁସବୁ ଜିନିଷ ପାଇଁ ମୁଁ ସମୟ ଦେଉଛି, ଯେଉଁସବୁ ପାଇଁ ମୁଁ ପରିଶ୍ରମ କରୁଛି ଏବଂ ଯେଉଁ ଲାଇଫଷ୍ଟାଇଲ ଆପଣାଇବାକୁ ଚେଷ୍ଟା କରୁଛି, ସେସବୁ ଜିନିଷରେ ମୁଁ ସନ୍ତୁଷ୍ଟ ତ ହୋଇପାରିବି, କିନ୍ତୁ ମୁଁ ଏସବୁ ପାଇଁ ଜନ୍ମ ନେଇନି। ଫିଲ୍ମ ଦୁନିଆ ବାସ୍ତବରେ ମୋତେ ବହୁ ଭଲପାଇବା, ସମର୍ଥନ ଏବଂ ପ୍ରଶଂସା ଦେଇଛି। କିନ୍ତୁ ଏହା ମୋତେ ଅଜ୍ଞାନତାର ରାସ୍ତାରେ ନେଇଯାଉଛି। କାରଣ ମୁଁ ଚୁପଚାପ ଏବଂ ଅଜାଣତରେ ଆଲ୍ଲାଙ୍କ ପ୍ରାର୍ଥନାର ମାର୍ଗରୁ ଦୂରେଇ ଯାଇଛି। ମୋର କାର୍ଯ୍ୟଧାରା ଯୋଗୁ ମୋ ଧର୍ମ ସହିତ ମୋର ସମ୍ପର୍କ ବିପଦରେ ପଡ଼ିଯାଇଛି। କିନ୍ତୁ ମୁଁ ଏହାକୁ ଅଣଦେଖା କରି ନିଜ କାମ କରୁଥିଲି। ମୁଁ ବାରମ୍ବାର ମୋ ଆତ୍ମା ସହିତ ଲଢ଼ୁଥିଲି। କିନ୍ତୁ ଶେଷରେ ମୁଁ ସବୁବେଳେ ଭାବୁଥିଲି ଯେ, ମୁଁ ନିଜକୁ ବଦଳାଇବି, ଖୁବଶୀଘ୍ର ବଦଳାଇ ଦେବି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories