www.samajalive.in
Sunday, December 7, 2025
26.1 C
Bhubaneswar

କ୍ରିକେଟ୍‌ରୁ ୟୁସୁଫ, ବିନୟଙ୍କ ଅବସର

ନୂଆଦିଲ୍ଲୀ : ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ ଓ ୨୦୧୧ ଦିନିକିଆ ବିଶ୍ବକପ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିବା ଅଲ୍‌ରାଉଣ୍ଡର ୟୁସୁଫ ପଠାନ ଶୁକ୍ରବାର ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେହିପରି ଭାରତୀୟ ଦ୍ରୁତ ବୋଲର ବିନୟ କୁମାର ମଧ୍ୟ ଶୁକ୍ରବାର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି।
ଦେଶ ପାଇଁ ଖେଳିବାର ସୁଯୋଗ ମିଳିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି। ଏଥିପାଇଁ ପରିବାର, ବନ୍ଧୁ, ପ୍ରଶଂସକ ଓ ପ୍ରଶିକ୍ଷକଙ୍କୁ ଧନ୍ୟବାଦ ​ବୋଲି ୟୁସୁଫ୍‌ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଗୁଜରାଟର ବରୋଦାରେ ଜନ୍ମିତ ୩୮ ବର୍ଷ ବୟସ୍କ ଡାହାଣହାତୀ ବ୍ୟାଟ୍‌ସମ୍ୟାନ ଓ ସ୍ପିନର ୟୁସୁଫ୍‌ ୨୦୦୭ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ଦକ୍ଷିଣଆଫ୍ରିକାର ଜୋହାନର୍ସବର୍ଗରେ ପାକିସ୍ତାନ ବିପକ୍ଷରେ ଟ୍ବେଣ୍ଟି୨୦ ବିଶ୍ବକପରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ଟ୍ବେଣ୍ଟି୨୦ ବିଶ୍ବକପରେ ୟୁସୁଫ୍‌ ଭାରତୀୟ ଦଳ ପକ୍ଷରୁ ଖେଳି ଚର୍ଚ୍ଚାକୁ ଆସିଥିଲେ। ୨୨ଟି ଟ୍ବେଣ୍ଟି୨୦ ମ୍ୟାଚ ଖେଳି୧୮.୧୫ ପ୍ରତିଶତ ହାରରେ ୨୩୬ରନ କରିବା ସହିତ ୨୩୬ରନ କରିବା ସହ ୧୩ଟି ୱିକେଟ ନେଇଛନ୍ତି। ଶେଷ ଟ୍ବେଣ୍ଟି୨୦ ମ୍ୟାଚ ୨୦୧୨ରେ ଦକ୍ଷିଣଆଫ୍ରିକା ବିପକ୍ଷରେ ଜୋହାନର୍ସବର୍ଗରେ ଖେଳିଥିଲେ। ସେହିପରି ୫୭ଟି ଦିନିକିଆ ମ୍ୟାଚ ଖେଳି ୨୭ ପ୍ରତିଶତ ହାରରେ ୨ଟି ଶତକ ଓ ୩ଟି ଅର୍ଦ୍ଧଶତକ ସହ ୮୧୦ରନ କରିଛନ୍ତି। ୧୨୩ରନ ସର୍ବାଧିକ ସ୍କୋର ରହିଛି। ୨୦୧୧ ଭାରତରେ ଖେଳାଯାଇଥିବା ଦିନିକିଆ ବିଶ୍ବକପରେ ୟୁସୁଫ ଚମ୍ପିଆନ ଭାରତୀୟ ଦଳର ସଦସ୍ୟ ଥିଲେ। ୨୦୦୮ ଜୁନ୍‌ ୧୦ରେ ପାକିସ୍ତାନ ବିପକ୍ଷରେ ଢାକାରେ ଦିନିକିଆ କ୍ୟାରିୟର ଆରମ୍ଭ କରିଥିବା ୟୁସୁଫ ଶେଷ ଦିନିକିଆ ମ୍ୟାଚ ୨୦୧୨ରେ ଢାକାରେ ପାକିସ୍ତାନ ବିପକ୍ଷରେ ଖେଳିଥିଲେ। ୟୁସୁଫ ଅନ୍ତର୍ଜାତୀୟ ଟ୍ବେଣ୍ଟି୨୦ ଓ ଦିନିକିଆ ମ୍ୟାଚ ଯେଉଁ ଷ୍ଟାଡ଼ିୟମରେ ଆରମ୍ଭ କରିଥିଲେ ଉକ୍ତ ଷ୍ଟାଡ଼ିୟମରେ ଅନ୍ତିମ ମ୍ୟାଚ ମଧ୍ୟ ଖେଳିବା ଏକ ସଂଯୋଗ । ଏହାଛଡ଼ା ୟୁସୁଫ୍‌ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ କଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ଖେଳିଛନ୍ତି। ୨୦୧୨ ପର୍ଯ୍ୟନ୍ତ ୟୁସୁଫ ଆଇପିଏଲ ଖେଳିବାରେ ସକ୍ଷମ ହୋଇଛନ୍ତି। ଏକ ସମୟରେ ଭାରତୀୟ ଦଳରେ ଦୁଇ ଭାଇ ୟୁସୁଫ ଓ ଇର୍ଫାନ ପଠାନ ଖେଳିବାରେ ମଧ୍ୟ ସକ୍ଷମ ହୋଇଥିଲେ। କଲକାତା ନାଇଟ୍‌ ରାଇଡର୍ସ, ରାଜସ୍ଥାନ ରୟାଲ୍‌ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ପକ୍ଷରୁ ମୋଟ ୧୭୪ଟି ଆଇପିଏଲ ମ୍ୟାଚ ଖେଳି ୧୩ଟି ଅର୍ଦ୍ଧଶତକ ସହ ୩୨୦୪ରନ ଓ ୪୨ଟି ୱିକେଟ ମଧ୍ୟ ନେଇଛନ୍ତି। ପ୍ରଥମ ଭାରତୀୟ ଭାବେ ଆଇପିଏଲରେ ଦ୍ରୁତତମ ଶତକ ଅର୍ଜନ କରିବାରେ ୟୁସୁଫଙ୍କ ନାମରେ ରେକର୍ଡ ରହିଛି। ସେହିପରି ୧୬ଥର ମ୍ୟାନ ଅଫ ଦି ମ୍ୟାଚ ହାସଲ କରିଛନ୍ତି। ବୃତ୍ତିଗତ କ୍ରିକେଟରେ ୩୦୦ଟି ଛକା ମାରିଥିବାବେଳେ ୨୦୦୯-୧୦ ଦୁଲିପ ଟ୍ରଫିରେ ୨୧୦ରନ କରିଥିଲେ। କଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ଖେଳିବା ସମୟରେ ଅଧିନାୟକ ଗୌତମ ଗମ୍ଭୀରଙ୍କ ଉତ୍ସାହ ମୋତେ ବହୁତ ପ୍ରଭାବିତ କରିଥିଲା। ସଚିନ ତେନ୍ଦୁଲକରଙ୍କୁ ଆଦର୍ଶ ଭାବେ ଗ୍ରହଣ କରି କ୍ରିକେଟ ଖେଳିଥାଏ ବୋଲି ୟୁସୁଫ କହିଛନ୍ତି।
ଭାରତ ତରଫରୁ ଟେଷ୍ଟ, ଦିନିକିଆ ଓ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିବା ସହ କର୍ଣ୍ଣାଟକ ତରଫରୁ ଘରୋଇ ରଣଜୀ ଟ୍ରଫି ଖେଳି ଆସୁଥିବା ବିନୟ କୁମାର ଅବସର ଘୋଷଣା ନେଇ ଶୁକ୍ରବାର ନିଜ ଟ୍ବିଟର୍‌ ଆକାଉଣ୍ଟରେ ଏକ ବାର୍ତ୍ତା ଛାଡ଼ିଛନ୍ତି। ନିଜ ଟ୍ବିଟର୍‌ ବାର୍ତ୍ତାରେ ବିନୟ କୁମାର ଦର୍ଶାଇଛନ୍ତି ଦୀର୍ଘବର୍ଷ ହେବ କ୍ରିକେଟ୍‌ ଖେଳିବା ପରେ ବର୍ତ୍ତମାନ ଅବସର ନେବାକୁ ଉପଯୁକ୍ତ ମନେ କରି ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ନିଜ କ୍ରିକେଟ୍‌ କ୍ୟାରିୟରରେ ଅନୀଲ କୁମ୍ବଲେ, ରାହୁଲ ଦ୍ରାବିଡ଼, ମହେନ୍ଦ୍ର ସିଂହ ଧୋନି, ବୀରେନ୍ଦ୍ର ସେହ୍ବାଗ, ଗୌତମ ଗମ୍ଭୀର, ବିରାଟ କୋହଲି, ସୁରେଶ ରାଇନା ଓ ରୋହିତ ଶର୍ମାଙ୍କ ପରି କ୍ରିକେଟ୍‌ରଙ୍କ ସହ ଖେଳିଥିବାରୁ ନିଜକୁ ସୌଭାଗ୍ୟବାନ୍‌ ମନେ କରୁଛନ୍ତି। ସେହିପରି ଆଇପିଏଲ୍‌ରେ ମୁମ୍ବଇ ଇଣ୍ଡିଆନ୍‌ସ ଦଳ ତରଫରୁ ଖେଳୁଥିବା ବେଳେ ମାଷ୍ଟର ବ୍ଲାଷ୍ଟର ସଚିିନ ତେନ୍ଦୁଲକରଙ୍କ ସହ ଯେଉଁ ସମୟ ଅତିବାହିତ କରିଛନ୍ତି ତାହା ଚିର ସ୍ମରଣୀୟ ହୋଇ ରହିବ।
ଜଣେ କ୍ରିକେଟର୍‌ ଭାବେ ସେ ଅବସର ନେଉଥି​ଲେ ମଧ୍ୟ କ୍ରିକେଟ୍‌ ସର୍ବଦା ତାଙ୍କ ହୃଦୟରେ ରହିବ। ଆଗାମୀ ଦିନରେ ଭିନ୍ନ ରୂପରେ କ୍ରିକେଟ୍‌ ସହ ଜଡ଼ିତ ହେବେ ବୋଲି ବିନୟ କୁମାର ସୂଚନା ଦେଇଛନ୍ତି।
ସୂଚନାଥାଉକି ବିନୟ କୁମାର ଭାରତ ତରଫରୁ ଗୋଟିଏ ଟେଷ୍ଟ ମ୍ୟାଚ୍‌ ଖେଳି ଗୋଟିଏ ୱିକେଟ୍‌ ହାସଲ କରିଥିବା ବେଳେ ୩୧ଟି ଦିନିକିଆ ମ୍ୟାଚ୍ ଖେଳି ୩୮, ୯ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ୧୦ଟି ୱିକେଟ୍ ହାସଲ କରିଥିଲେ। ଏହାବାଦ୍‌ ସେ ଆଇପିଏଲ୍‌ରେ ୧୦୫ଟି ମ୍ୟାଚ୍‌ ଖେଳି ୧୦୫ଟି ୱିକେଟ୍‌ ହାସଲ କରିଥିଲେ। ସେ ୯୯ଟି ପ୍ରଥମ ଶ୍ରେଣୀ ଓ ୧୧୪ଟି ଲିଷ୍ଟ ଏ ମ୍ୟାଚ୍‌ ମଧ୍ୟ ଖେଳିଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories