www.samajalive.in
Sunday, December 7, 2025
26.1 C
Bhubaneswar

ଗ୍ୟାସ ଭର୍ତ୍ତି ବେଲୁନରେ କୁକୁରକୁ ବାନ୍ଧି ଉଡ଼ାଇଲେ ୟୁଟ୍ୟୁବର୍‌, ଗିରଫ କଲା ପୁଲିସ

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ୟୁଟ୍ୟୁବ୍‌ରେ ଅନେକ ୟୁଟ୍ୟୁବର କିଛି ନୂଆ କରି ଦର୍ଶକଙ୍କୁ ମନୋରଞ୍ଜନ କରାଇବାକୁ ଉଦ୍ୟମ କରିଥାନ୍ତି। କିନ୍ତୁ ବେଳେ ବେଳେ ତାହା ସେମାନଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥାଏ। ସେମାନଙ୍କ କାର୍ଯ୍ୟକଳାପ ଗ୍ରହଣୀୟ ହୋଇ ନ ଥାଏ। ଏଭଳି କିଛି କରି ଗିରଫ ହୋଇଛନ୍ତି ଦିଲ୍ଲୀର ଜଣେ ୟୁଟ୍ୟୁବର। ଗ୍ୟାସ ଭର୍ତ୍ତି ବେଲୁନରେ କୁକୁରକୁ ବାନ୍ଧି ଉଡ଼ାଇ ବିବାଦକୁ ଆସିବା ପରେ ଜଣେ ୟୁଟ୍ୟୁବରଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି।

ମିଳିଥିବା ସୂଚନା ଅନୁସାରେ, ଏହି ୟୁଟ୍ୟୁବର ଜଣକ ହେଉଛନ୍ତି ଗୌରବ ଜନ୍‌। ସେ କିଛି ଗ୍ୟାସ ଭର୍ତ୍ତି ବେଲୁନରେ ତାଙ୍କର ପୋଷା କୁକୁର ‘ଡଲାର’କୁ ବାନ୍ଧି ଛାଡ଼ି ଦେଇଥିଲେ। ଫଳରେ ବେଲୁନଗୁଡ଼ିକ ବାୟୁରେ ଉଡ଼ିବା ସହ କୁକୁର ବି ବନ୍ଧାଯାଇଥିବା ବେଲୁନ ସହ ଉପରକୁ ଉଠିଯାଇଥିଲା। ଏହାର ଭିଡିଓ ସେ ୟୁଟ୍ୟୁବରେ ଅପ୍‌ଲୋଡ୍‌ କରିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ପିପୁଲ୍ସ ଫର ଆନିମଲ (ପିଏଫଏ) ପକ୍ଷରୁ ଗୌରବଙ୍କ ବିରୋଧରେ ପଶୁ କ୍ରୁରତା ଆଇନ ଅନୁସାରେ ମାମଲା ରୁଜୁ କରାଯାଇଥିଲା।

- Advertisement -

ଗୌରବ ଏବଂ ତାଙ୍କ ମା’ଙ୍କ ବିରୋଧରେ ଆଇପିସି ଧାରା ୧୮୮, ୨୬୯, ୩୪ ଏବଂ ପଶୁ କ୍ରୁରତା ଅଧିନିୟମ ଅଧୀନରେ ମାମଲା ରୁଜୁ ହୋଇଥିଲା। ଏହା ପରେ ଦିଲ୍ଲୀ ପୁଲିସ ମାଲବୀୟ ନଗର ଥାନା ଅଞ୍ଚଳରୁ ଗୌରବଙ୍କୁ ଗିରଫ କରିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories