www.samajalive.in
Sunday, December 7, 2025
26.1 C
Bhubaneswar

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ !

ପୁରୀ: ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ। କିନ୍ତୁ ଅଭିଯୋଗ ନ ଥିବାରୁ ପୁଲିସ ଏହାର ଠିକ୍ ରୂପେ ତଦନ୍ତ ନ କରି ଚୁପ୍‌ ବସିପଡ଼ିଛି। ଘଟଣାଟି ଘଟିଛି ପୁରୀ ସଦର ଥାନା ଅନ୍ତର୍ଗତ ଜମରସୁଆ ଅଞ୍ଚଳରେ। ଗତ ୧୨ ତାରିଖ ସକାଳେ ଜମରସୁଆ ଅଞ୍ଚଳରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ଯୁବକ ଜଣକ ଆଣ୍ଠୁମାଡ଼ି ବସିଥିବାବେଳେ ବେକକୁ ଗାମୁଛାରେ ବାନ୍ଧି ରାସ୍ତାକଡ଼ ମଶାଣୀ ନିକଟ ଏକ ଗଛରେ ଟଙ୍ଗାଯାଇଥିଲା। ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁରୀ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲା। ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପୁରୀ ପୌର ପରିଷଦକୁ ହସ୍ତାନ୍ତର କରିଥିଲା। ମୃତଦେହର ଦାବିଦାର ନ ଥିବାରୁ ନିର୍ଦ୍ଧାରିତ ସମୟ ପରେ ପୌର ପରିଷଦ ପକ୍ଷରୁ ତାହାକୁ ପୋତି ଦିଆଯାଇଥିଲା। ଘଟଣାର ପ୍ରାୟ ୮ଦିନ ପରେ ସୋସିଆଲ ମଡିଆରେ ଯୁବକଙ୍କ ଝୁଲନ୍ତା ମୃତଦେହର ଭିଡିଓ ପ୍ରଘଟ ହୋଇଥିଲା। ଫଳରେ ଯୁବକଙ୍କ ଗ୍ରାମର କିଛି ପିଲା ଏହି ଭିଡିଓ ଦେଖିବା ପରେ ଯୁବକଙ୍କ ପରିଚୟ ସାମ୍ନାକୁ ଆସିଥିଲା।

ମୃତ ଯୁବକଙ୍କ ଘର ନିମାପଡ଼ା ଥାନା ଅନ୍ତୁଆର ପଞ୍ଚାୟତ ଅନ୍ତର୍ଗତ ଦେଉଳିଆଠେଙ୍ଗ ଗ୍ରାମରେ। ତାଙ୍କ ନାମ ପ୍ରସନ୍ନ କୁମାର ଭୋଇ(୪୨)। ତାଙ୍କ ଦୁଇ ଭାଇ କେରଳରେ ରହୁଥିବାବେଳେ ସେ ଘରେ ରହି ବିଭିନ୍ନ ସ୍ଥାନରେ ବାଲି ସିମେଣ୍ଟ ଶ୍ରମିକ ଭାବେ କାମ କରି ଚଳନ୍ତି। ସେ ଗତ ୧୧ ତାରିଖ ସନ୍ଧ୍ୟାରେ ଘରୁ ଚାଲି ଚାଲି ପଳାଇ ଆସିଥିଲେ। ଏହା ପରେ ତାଙ୍କର ଆଉ ଖୋଜଖବର ମିଳି ନ ଥିଲା। ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିବା ପରେ ସମ୍ପର୍କୀୟମାନେ ୨୦ ତାରିଖ ଅର୍ଥାତ ଗତ ମଙ୍ଗଳବାର ଦିନ ଘଟଣାସ୍ଥଳକୁ ଯିବା ସହିତ ପୁରୀ ଯାଇ ପୌର ପରିଷଦ କର୍ତ୍ତୃପକ୍ଷଙ୍କୁ ମୃତଦେହ ନେବାକୁ ଅନୁରୋଧ କରିଥିଲେ। ପରେ ମୃତଦେହ ମାଟିରୁ ବାହାର କରାଯାଇଥିଲା। ସେଠାରେ ମୃତଦେହ ସ୍ଵର୍ଗଦ୍ଵାର ନେଇ ସତ୍କାର କରାଯାଇଥିଲା।

- Advertisement -

ପ୍ରସନ୍ନ ଅତ୍ୟନ୍ତ ସରଳ ଓ ନୀରିହ ବ୍ୟକ୍ତି ଥିଲେ। ସେ ଆତ୍ମହତ୍ୟା କରିବା ଅସମ୍ଭବ ବୋଲି ତାଙ୍କ ଗ୍ରାମବାସୀ କହିଛନ୍ତି। ତାଙ୍କୁ କେହି ମାରି ଟାଙ୍ଗି ଦେଇଥିବା ପ୍ରସନ୍ନଙ୍କ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୁରୀ ପୁଲିସ ପୁନର୍ବାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଧରିବାକୁ ସେମାନେ ଅନୁରୋଧ କରିଛନ୍ତି।

ଅନ୍ୟପଟେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ଅଞ୍ଚଳରେ ଅନେକ ଅପରାଧ ଘଟୁଛି। ପ୍ରସନ୍ନଙ୍କୁ ବି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସେ ଆଣ୍ଠୁମାଡ଼ ତଳେ ବସିଥିବାରୁ ଏହାକୁ ଆତ୍ମହତ୍ୟା କୁହାଯାଇ ପାରିବ ନାହିଁ। ପୁଲିସ ଠିକ୍ ଭାବେ ତଦନ୍ତ କଲେ ଏହାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। କିଛି ଲୋକ କହିଛନ୍ତି ଯେ, ଘଟଣାସ୍ଥଳଠାରୁ କିଛି ଦୂରରେ ନିର୍ମାଣ କାର୍ଯ୍ୟ ଚାଲିଛି। ପ୍ରସନ୍ନଙ୍କ ଶରୀରରେ ସିମେଣ୍ଟ ଚିହ୍ନ ଲାଗିଥିବାରୁ ତାଙ୍କ ହତ୍ୟାରେ କୌଣସି ସିମେଣ୍ଟ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ହାତ ରହିଥାଇପାରେ।

ପ୍ରସନ୍ନଙ୍କ ଭାଇ ରବୀନ୍ଦ୍ର କେରଳରୁ ଫେରିବା ପରେ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories