ପୂର୍ବତନ କର୍ପୋରେଟରଙ୍କ ପରିବାରକୁ ବନ୍ଧୁକ ଦେଖାଇ ଧମକ, ଯୁବକ ଅଟକ

ଭୁବନେଶ୍ୱର : ବଡ଼ଗଡ଼ ଥାନା ଅଧୀନ ବ୍ରହ୍ମେଶ୍ବର ପାଟଣାରେ ରବିବାର  ରାତିରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ପୂର୍ବତନ କର୍ପୋରେଟର ମଳୟ ମହାପାତ୍ରଙ୍କ ପରିବାରକୁ ନିରଞ୍ଜନ ପତି ନାମକ ଯୁବକ ବନ୍ଧୁକ ଦେଖାଇ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ଚେତାବନୀ ଦେଇଛି। ମଳୟ ଏବଂ ତାଙ୍କ ପରିବାର ଲୋକେ ନିରଞ୍ଜନକୁ କାବୁକରି ବଡ଼ଗଡ଼ ଥାନା ପୁଲିସ ଜିମା ଦେଇଛନ୍ତି। ଅଟକ ଯୁବକ ଘର ନୟାଗଡ଼ ଜିଲା ମାଳତୀପୁରରେ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ, ପୂର୍ବତନ କର୍ପୋରେଟର ଶ୍ରୀ ମହାପାତ୍ରଙ୍କ ଭଉଣୀ ନମିତା ମହାପାତ୍ର ସ୍ବାଧୀନ ପ୍ରାର୍ଥୀଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ। ନମିତା ଏବଂ ତାଙ୍କ ପରିବାର ଲୋକଙ୍କୁ ଅଟକ ଯୁବକ ବନ୍ଧୁକ ଦେଖାଇ ନାମାଙ୍କନ ପ୍ରତ୍ୟାହାର କରିବାକୁ ଧମକ ଦେଇଥିବା ଶ୍ରୀ ମହାପାତ୍ର କହିଛନ୍ତି। ନିରଞ୍ଜନକୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଛି। ଏନେଇ ଶ୍ରୀ ମହାପାତ୍ର ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।

prayash
kalyan agarbati

Comments are closed.