ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ । ଟ୍ୱିଟରରେ ଯୋଗୀଙ୍କୁ ହତ୍ୟା ଧମକ ଦିଆଯାଇଥିବା ଦେଖିବାକୁ ମିଳିଛି । ଟ୍ୱିଟରରେ ଲେଡି ଡନ୍-୩ ନାମକ ଏକ ଆକାଉଣ୍ଟରୁ ହତ୍ୟା ଧମକ ଆସିଛି । ଧମକରେ ଲେଖାଯାଇଛି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୂର୍ଯ୍ୟ ଦେଖିପାରିବେ ନାହିଁ । ଓୱେସି ତ କେବଳ ମୋହରା ଥିଲେ, କିନ୍ତୁ ଅସଲ ଟାର୍ଗେଟ ହେଉଛନ୍ତି ଯୋଗୀ ଆଦିତ୍ୟନାଥ । ଖାଲି ସେତିକି ନୁହେଁ ଏହି ଟ୍ୱିଟର ଟ୍ୟାଗ୍ ଅଲିଗଡ ପୋଲିସକୁ ମଧ୍ୟ କରାଯାଇଛି । ଏହି ଧମକପୂର୍ଣ୍ଣ ଟ୍ୱିଟ୍ ପରେ ଉତ୍ତରପ୍ରଦେଶ ପୋଲିସ ତତ୍ପରତର ଦେଖାଇଛି ।
ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରିଛି ପୋଲିସ । ଅନ୍ୟପଟେ ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ହେଲେ ଟ୍ୱିଟର କିଛି ଘଣ୍ଟାପରେ ଆକାଉଣ୍ଟ ଟି ଡିଲିଟ୍ କରାଯାଇଥିବା ଦେଖିବାକୁ ମିଳିଛି । ତେବେ ପ୍ରୋଫାଇଲ ଡିଲିଟ୍ ହେବା ପୂର୍ବରୁ ଧମକପୂର୍ଣ୍ଣ ଟ୍ୱିଟର ସ୍କ୍ରିନସଟ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।



