ଯୋଗ ଦିବସ ମିଡିଆ ସମ୍ମାନ ୨୦୨୪ ଆବେଦନ ଶେଷ ତାରିଖ ୧୫ ଜୁଲାଇ ଯାଏଁ ବୃଦ୍ଧି

ଡେସ୍କ: ଆନ୍ତର୍ଜାତିକ ଯୋଗ ଦିବସ ୨୦୨୪ର ପ୍ରଚାର ପ୍ରସାରରେ ଗଣମାଧ୍ୟମର ସକାରାତ୍ମକ ଭୂମିକା ଓ ଦାୟିତ୍ୱକୁ ସ୍ୱୀକାର କରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତୃତୀୟ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଗଣମାଧ୍ୟମ ସମ୍ମାନ ୨୦୨୪ ପାଇଁ ଆବେଦନ ଦାଖଲର ଶେଷ ତାରିଖକୁ ଚଳିତ ଜୁଲାଇ ମାସ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ ତୃତୀୟ ସଂସ୍କରଣ – ୨୦୨୪ ପାଇଁ ସେମାନଙ୍କ ଆବେଦନ ଏବଂ ବିଷୟବସ୍ତୁ ଜୁଲାଇ ୧୫ ସୁଦ୍ଧା ଇମେଲ aydms2024.mib@gmail.com କୁ ପଠାଇପାରିବେ। ଏବିସ୍ତୃତ ମାର୍ଗଦର୍ଶିକା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୱେବସାଇଟ https://mib.gov.in/ ଏବଂ ପତ୍ର ସୂଚନା କାର୍ଯ୍ୟାଳୟ ୱେବସାଇଟ https://pib.gov.inରେ ମିଳିପାରିବ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଏୱାଇଡିଏମଏସ ଅଧୀନରେ ଚଳିତ ବର୍ଷ ତିନୋଟି ବର୍ଗରେ ୩୩ଟି ସମ୍ମାନ ପ୍ରଦାନ କରାଯିବ। ପ୍ରିଣ୍ଟ, ଟେଲିଭିଜନ ଓ ରେଡିଓ ବର୍ଗରେ ୨୨ଟି ଭାରତୀୟ ଭାଷା ଓ ଇଂରାଜୀରେ ଏହି ସମ୍ମାନ ପ୍ରଦାନ କରାଯିବ। ମନ୍ତ୍ରଣାଳୟର ପଞ୍ଜୀକରଣ କିମ୍ବା ଅନୁମତି ଥିବା ପ୍ରିଣ୍ଟ ମିଡିଆ, ରେଡିଓ ଏବଂ ଟେଲିଭିଜନରେ ନିୟୋଜିତ ସମସ୍ତ ମିଡିଆ ହାଉସ୍ ଏବଂ କମ୍ପାନୀମାନଙ୍କ ପାଇଁ ଏହି ପୁରସ୍କାର ଖୋଲା ରହିଛି। ଆବେଦନର ଶେଷ ତାରିଖ ଜୁଲାଇ ୧୫ ତାରିଖ ରହିଛି।

ସ୍ପଷ୍ଟ କଲା ଏନସିଇଆରଟି, ଜୁଲାଇ ସୁଦ୍ଧା ମିଳିବ ପାଠ୍ୟପୁସ୍ତକ

Comments are closed.