ନୂଆଦିଲ୍ଲୀ : କ୍ଲାସିକ୍ ଲିଜେଣ୍ଡ୍ସ ନିଜ ବହୁ ପ୍ରତୀକ୍ଷିତ ମୋଟରସାଇକେଲ ୟେଜଦି ଆଡଭେଞ୍ଚରକୁ ଭାରତୀୟ ବଜାରରେ ଲଞ୍ଚ୍ କରିଦେଇଛି । ବାଇକର ଲୁକକୁ ଦମଦାର କରିବା ପାଇଁ ଡିଜାଇନରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ତେବେ ଇଞ୍ଜିନରେ କୌଣସି ପରିବର୍ତ୍ତନ ହୋଇନି । କମ୍ପାନୀ ନୂଆ ୟେଜଦି ଆଡଭେଞ୍ଚରକୁ ୨.୧୫ ଲକ୍ଷ ଟଙ୍କାର ଏକ୍ସ-ଶୋରୁମ ଦାମରେ ଲଞ୍ଚ୍ କରିଛି ।
ବାଇକରେ ମଲ୍ଟି-ରିଫ୍ଲେକ୍ଟର ହେଡଲାଇଟ୍ ସହିତ ପ୍ରୋଜେକ୍ଟର ଲାଇଟ୍ ମଧ୍ୟ ରହିଛି । ବାଇକରେ ଟ୍ବିନ୍ ଏଲଇଡି ଟେଲ୍ ଲାଇଟ୍ ମଧ୍ୟ ମିଳିବ । ଟ୍ୟାଙ୍କରେ ନୂଆ ଗ୍ରାଫିକ୍ସ ରହିଛି । ବାଇକକୁ ୬ଟି ରଙ୍ଗର ବିକଳ୍ପ ସହିତ କମ୍ପାନୀ ଆଣିଛି । ଏହା ସହ ବାଇକରେ ଏଲସିଡି ଡିସପ୍ଲେ, ଆଡଜଷ୍ଟେବଲ ଭାଇଜର, ଟ୍ରାକ୍ସନ କଣ୍ଟ୍ରୋଲ ଓ ୩ଟି ଏବିଏସ୍ ମୋଡ୍ ଦିଆଯାଇଛି । ୩୩୪ ସିସିର ଲିକ୍ବିଡ୍-କୁଲ୍ଡ, ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ଲାଗିଛି ଯାହା ୨୯.୨୦ ବିଏଚପିର ସର୍ବାଧିକ ପାଓ୍ବର ଓ ୨୯.୬ ଏନଏମର ପିକ୍ ଟର୍କ ଉତ୍ପନ କରିବାରେ ସକ୍ଷମ । ଇଞ୍ଜିନକୁ ୬-ସ୍ପିଡ୍ ଗିୟରବକ୍ସ ସହିତ ଯୋଡାଯାଇଛି ।



