www.samajalive.in
Sunday, December 7, 2025
26.1 C
Bhubaneswar

ଏହି ଦେଶରେ ନିର୍ମାଣ ହେଉଛି ବିଶ୍ଵର ସବୁଠାରୁ ବଡ଼ ହୋଟେଲ

ସମାଜ ପୋର୍ଟାଲ ଡେସ୍କ : ସମଗ୍ର ବିଶ୍ୱରେ ଅନେକ ବଡ଼ ବଡ଼ ହୋଟେଲ ରହିଛି। ଯାହାକୁ ଦେଖିବା ମାତ୍ରେ ଆଖି ଲାଖିଜାଇଥାଏ। ସାଧାରଣତଃ ବିଶ୍ଵରେ ଥିବା ସବୁଠୁ ବଡ ହୋଟେଲଗୁଡିକରେ ପାଖାପାଖି ୫୦୦ କିମ୍ବା ହଜାରେ ରୁମ୍ ଥାଏ, କିନ୍ତୁ କ‘ଣ ଆପଣ ଜାଣନ୍ତି କି ଦୁନିଆର ସବୁଠୁ ବଡ ହୋଟେଲରେ କେତେ ରୁମ୍ ରହିଛି? ସେହି ହୋଟେଲର ନାମ କ’ଣ ଏବଂ ତାହା କେଉଁଠାରେ ଅବସ୍ଥିତ? ଆମେ ଆପଣଙ୍କୁ ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେବୁ।
ସମ୍ପ୍ରତି ବର୍ତ୍ତମାନ ସମୟରେ ମାଲେସିଆର ’ଫାଷ୍ଟ ୱାଲର୍ଡ଼ ହୋଟେଲ’ ବିଶ୍ଵର ସବୁଠାରୁ ବଡ ହୋଟେଲ ଭାବରେ ସ୍ଥାନିତ ହୋଇଛି। ଯେଉଁଥିରେ ମୋଟ ୭ହଜାର ୩୫୧ଟି ରୁମ୍ ରହିଛି। ଏହାର ନାମ ଗିନିଜ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି। ତେବେ ସାଉଦି ଆରବର ପବିତ୍ର ମକ୍କା ସହରରେ ବର୍ତ୍ତମାନ ଏକ ବଡ଼ ହୋଟେଲ ନିର୍ମାଣ କରାଯାଉଛି ଯେଉଁଥିରେ ମୋଟ ୧୦ହଜାର ରୁମ ରହିବ। ଏହି ୧୨ଟାୱାର ହୋଟେଲରେ ଥିବା କୋଠରୀ ବ୍ୟତୀତ ଏଥିରେ ୭୦ଟି ରେଷ୍ଟୁରାଣ୍ଟ ମଧ୍ୟ ରହିବ, ଯାହା ଦିନରାତି ଖୋଲା ରହିବ। ଏହି ହୋଟେଲର ନାମ ହେଉଛି ’ଆବ୍ରାଜ କୁଦାଇ’।

pic courtesy-social media

ଏହି ୪୫ମହଲା ଉଚ୍ଚ ହୋଟେଲ ଉପରେ ଚାରିଟି ହେଲିପ୍ୟାଡ୍ ମଧ୍ୟ ନିର୍ମାଣ କରାଯାଇଛି ଯାହା ଦ୍ବାରା ଯଦି ଅତିଥିମାନେ ହେଲିକପ୍ଟର ଯୋଗେ ଆସନ୍ତି ତେବେ ସେମାନଙ୍କ ହେଲିକପ୍ଟର ସେଠାରେ ଅବତରଣ କରିପାରିବ। ଏହି ହୋଟେଲର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହାର ପାଞ୍ଚ ମହଲା କେବଳ ସାଉଦି ଆରବର ରାଜ ପରିବାରର ବ୍ୟବହାର ପାଇଁ ଡିଜାଇନ୍ କରାଯାଇଛି, ଯେଉଁଠାରେ ସାଧାରଣ ଲୋକଙ୍କ ପ୍ରବେଶ ନିଷେଦ୍ଧ।
ଏହି ହୋଟେଲ ନିର୍ମାଣ ପାଇଁ ୧୦୦ କୋଟିରୁ ଅଧିକ ଖର୍ଚ୍ଚ ହେବ ବୋଲି ବିଶ୍ୱାସ କରାଯାଉଛି। ହୋଟେଲରେ ସୁରକ୍ଷା ସହିତ ସମସ୍ତ ସୁବିଧା ରହିବ। ଯଦିଓ ହୋଟେଲ ପ୍ରାୟ ପ୍ରସ୍ତୁତ, କିନ୍ତୁ ତଥାପି ଏବେ ମଧ୍ୟ ଏହାର ବହୁତ କାମ ବାକି ରହିଛି। ଏହା ପ୍ରସ୍ତୁତ ହୋଇଗଲେ ଦୁନିଆର ସବୁଠୁ ବଡ ହୋଟେଲ ଭାବରେ ପରିଚିତ ହେବ।
ଏହା ପୂର୍ବରୁ ବିଶ୍ଵାସ କରାଯାଉଥିଲା ଯେ, ଆବ୍ରାଜ କୁଡାଇ ହୋଟେଲ ୨୦୧୭ ସୁଦ୍ଧା ପ୍ରସ୍ତୁତ ହୋଇଯିବ, କିନ୍ତୁ କିଛି ଆର୍ଥିକ ପ୍ରତିବନ୍ଧକ ହେତୁ ୨୦୧୫ରୁ ଏହାର ନିର୍ମାଣ କାର୍ୟ୍ୟ ବନ୍ଦ ରଖାଯାଇଛି। ଏହା ପରେ ଖବର ଆସିଲା ଯେ ହୋଟେଲ ୨୦୧୯ କିମ୍ବା ୨୦୨୦ସୁଦ୍ଧା ପ୍ରସ୍ତୁତ ହୋଇଯିବ। ବର୍ତ୍ତମାନ ୨୦୧୯ ଅତିକ୍ରମ କରିସାରିଛି ଏବଂ ୨୦୨୦ ଶେଷ ସୁଦ୍ଧା, ଏହି ହୋଟେଲ ପ୍ରସ୍ତୁତ ହେବ କି ନାହିଁ ସେ ସମ୍ବନ୍ଧରେ କୌଣସି ସୂଚନା ନାହିଁ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories