www.samajalive.in
Sunday, December 7, 2025
23.1 C
Bhubaneswar

ଭାରତରେ ବିଶ୍ଵର ସବୁଠୁ ବଡ଼ କ୍ରିକେଟ ଷ୍ଟାଡିୟମ, ଜାଣନ୍ତୁ କ’ଣ ରହିଛି ବିଶେଷତ୍ତ୍ଵ

ଅହମ୍ମଦାବାଦ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଉଦ୍‌ଘାଟନ କରିଥିବା ‘ନରେନ୍ଦ୍ର ମୋଦୀ’ ଷ୍ଟାଡିୟମ ବିଶ୍ଵର ସବୁଠୁ ବଡ଼ କ୍ରିକେଟ୍‌ ଷ୍ଟାଡିୟମ ମାନ୍ୟତା ପାଇଛି। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହି ସର୍ବବୃହତ୍‌ ଷ୍ଟାଡିୟମର ବିଶେଷତ୍ତ୍ଵ।

୧- ଏହି ଷ୍ଟାଡିୟମ ୬୩ ଏକର ପରିମିତ ଜାଗାରେ ବିସ୍ତୀର୍ଣ୍ଣ, ଯେଉଁଥିରେ ୩ଟି ପ୍ରବେଶ ଗେଟ୍‌ ରହିଛି।

- Advertisement -

୨- ଷ୍ଟାଡିୟମରେ ୧ ଲକ୍ଷ ୧୦ ହଜାର ଦର୍ଶକ ଏକାସଙ୍ଗେ ବସି ଖେଳ ଦେଖିପାରିବେ।

୩- ଷ୍ଟାଡିୟମରେ ୩ଟି ଅଭ୍ୟାସ ପଡ଼ିଆ, କ୍ଲବ ହାଉସ, ଅଲିମ୍ପିକ ଆକାରର ସୁଇମିଂ ପୁଲ୍‌ ଏବଂ ଏକ ଇନ୍‌ଡୋର କ୍ରିକେଟ୍‌ ଏକାଡେମୀ ରହିଛି।

୪- ଷ୍ଟାଡିୟମର ଷ୍ଟ୍ରକ୍ଚର ଏଭଳି ହୋଇଛି ଯେ, ଯଦି କୌଣସି ଖେଳାଳି ଚଉକା ମାରନ୍ତି, ତେବେ ଷ୍ଟାଡିୟମରେ ବସିଥିବା ପ୍ରତ୍ୟେକ ଦର୍ଶକ ତାହାକୁ ଦେଖିପାରିବେ।

୫- ଏହା ଦୁନିଆର ଏକ ମାତ୍ର ଷ୍ଟାଡିୟମ, ଯେଉଁଥିରେ ଅଭ୍ୟାସ ଏବଂ ସେଣ୍ଟର ପିଚ୍‌ ପାଇଁ ଗୋଟିଏ ପ୍ରକାର ମାଟି ବ୍ୟବହାର ହୋଇଛି। ସମ୍ପୂର୍ଣ୍ଣ ଗୋଲାକାର ଛାତରେ ଏଲଇଡି ଆଲୋକ ବ୍ୟବସ୍ଥା କରାଯାଇଛି।

୬- ବିଶ୍ଵର ଏକମାତ୍ର ଷ୍ଟାଡିୟମ ଭାବେ ଏଥିରେ ୧୧ଟି ସେଣ୍ଟର ପିଚ୍‌ ରହିଛି।

୭- ଜିମ୍‌ ସହିତ ୪ଟି ବିଶ୍ଵସ୍ତରୀୟ ଡ୍ରେସିଂ ରୁମ୍‌ ରହିଛି।

୮- ୨୫ ଲୋକଙ୍କ କ୍ଷମତା ବିଶିଷ୍ଟ ୭୬ କର୍ପୋରେଟ୍‌ ବକ୍ସ ରହିଛି।

୯- ଷ୍ଟାଡିୟମରେ ପ୍ରବେଶ ଏବଂ ପ୍ରସ୍ଥାନ ଲାଗି ଅଲଗା ଅଲଗା ବ୍ୟବସ୍ଥା କରାଯାଇଛି।

୧୦- ପଡ଼ିଆରେ ଘାସ ତଳେ ବାଲିର ବ୍ୟବହାର କରାଯାଇଛି, ଯାହା ସହାୟତାରେ ପ୍ରବଳ ବର୍ଷା ହେଲେ ବି କିଛି ଘଣ୍ଟା ମଧ୍ୟରେ ପୁନର୍ବାର ମ୍ୟାଚ୍‌ ଆରମ୍ଭ ହୋଇପାରିବ।

୧୧- ୪ ହଜାର କାର୍‌ ଏବଂ ୧୦ ହଜାର ବାଇକ୍‌ ପାର୍କିଂର ବ୍ୟବସ୍ଥା ରହିଛି।

୧୨- ଷ୍ଟାଡିୟମ ନିକଟରେ ମେଟ୍ରୋ ଲାଇନ୍‌ ଯାଇଛି।

ପୂର୍ବରୁ ଖେଳାଯାଇଥିବା ମ୍ୟାଚ୍‌

ପୁରୁଣା ଷ୍ଟାଡିୟମରେ ୫ଟି ବିଶ୍ଵକପ୍‌ ମ୍ୟାଚ ଆୟୋଜନ ସହିତ ମୋଟ ୨୩ଟି ଅନ୍ତର୍ଜାତୀୟ ମ୍ୟାଚ ଅନୁଷ୍ଠିତ ହୋଇଛି।

ଏଠାରେ ୨୦୧୧ ବିଶ୍ଵକପ୍‌ର ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ କ୍ବାର୍ଟରଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା।

ଏହା ସବୁଠୁ ଅଧିକ ଅନ୍ତର୍ଜାତୀୟ ଦିନିକିଆ ଆୟୋଜନ କରିଥିବା ଭାରତର ୨ୟ ଷ୍ଟାଡିୟମ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories