www.samajalive.in
Sunday, December 7, 2025
14.1 C
Bhubaneswar

୨୦୨୨ରେ ୭.୨ ହେବ ଭାରତର ଅଭିବୃଦ୍ଧି ହାର – ବିଶ୍ୱ ବ୍ୟାଙ୍କ୍‍

ନୂଆଦିଲ୍ଲୀ: ଭାରତ ଏକ ଦ୍ରୁତ ଅଭିବୃଦ୍ଧିଶାଳୀ ରାଷ୍ଟ୍ର ବୋଲି ଦକ୍ଷିଣ ଏସିଆ ପାଇଁ ନିଯୁକ୍ତ ବିଶ୍ୱବ୍ୟାଙ୍କ୍‍ର ମୁଖ୍ୟ ଅର୍ଥନୀତିଜ୍ଞ ହାନ୍‍ସ୍‍ ଟିମର୍‍ କହିଛନ୍ତି। ସାମ୍ପ୍ରତିକ ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ବେ ଭାରତୀୟ ଅର୍ଥନୀତିର ଉତ୍ତମ ଅଭିବୃଦ୍ଧି ହାସଲ କରିବାର ଦକ୍ଷତା ରହିଛି। ଶନିବାର ୱାଶିଂଟନ୍‍ଠାରେ ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ ସେ କହିଛନ୍ତି, ବର୍ତ୍ତମାନ ଭାରତରେ ଯେଉଁ ଅଭିବୃଦ୍ଧି ହାର ରହିଛି, ତାହା ବିଶ୍ୱର ଅଧିକାଂଶ ଦେଶଠାରୁ ଅଧିକ। ବିଶ୍ୱବ୍ୟାଙ୍କ୍‍ର ଅନୁଧ୍ୟାନ ଅନୁସାରେ ଭାରତୀୟ ଅର୍ଥନୀତିରେ ଏବେ ଯେଉଁ ଶିଥିଳତା ଦେଖାଦେଇଛି, ତାହାର ୮୦ ଭାଗ କାରଣ ବିଶ୍ୱରେ ଦେଖା ଦେଇଥିବା ଅର୍ଥନୈତିକ ମାନ୍ଦାବସ୍ଥା ଜନିତ।

- Advertisement -

ସେ କହିଛନ୍ତି, ନିବେଶକଙ୍କ କାରଣରୁ ଭାରତୀୟ ଅର୍ଥନୀତିରେ ମାନ୍ଦାବସ୍ଥା ପରିଲକ୍ଷିତ ହୋଇଛି। ସାମ୍ପ୍ରତିକ ବିଶ୍ୱ ଅର୍ଥନୀତିର ସ୍ଥିତିକୁ ଦେଖି ନିବେଶକମାନେ ଯେକୌଣସି ରାଷ୍ଟ୍ରରେ ପୁଞ୍ଜିନିବେଶ କରିବାକୁ କୁଣ୍ଠାବୋଧ କରୁଛନ୍ତି। ଯଥେଷ୍ଟ ଲାଭର ଆଶା ନ ଥିବାରୁ ସେମାନେ ପୁଞ୍ଜିନିବେଶ କରୁ ନାହାନ୍ତି। ବିଶ୍ୱବ୍ୟାଙ୍କ୍‍ ପକ୍ଷରୁ ପ୍ରକାଶିତ ଦକ୍ଷିଣ ଏସିଆ ଅର୍ଥନୀତି ସଂକ୍ରାନ୍ତ ଏକ ସର୍ବଶେଷ ରିପୋର୍ଟରେ କୁହାଯାଇଛି, ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୬ ଶତାଂଶକୁ ହ୍ରାସ ପାଇବ। ତେବେ ୨୦୨୧ ବେଳକୁ ଏହା ୬.୯ ଏବଂ ୨୦୨୨ ବେଳକୁ ଏହା ୭.୨ରେ ପହଞ୍ଚିବ ବୋଲି ବିଶ୍ୱବ୍ୟାଙ୍କ୍‍ ଆକଳନ କରିଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories