୪ ଦିନକୁ କମିପାରେ ସାପ୍ତାହିକ କାର୍ଯ୍ୟଦିବସ

ଲଣ୍ଡନ: ବ୍ରିଟେନରେ ଏଣିକି ସାପ୍ତାହିକ କାର୍ଯ୍ୟଦିବସ ୪ ଦିନ ହେବ। ସରକାର ପରୀକ୍ଷାମୂଳକ ଭାବେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏହାଦ୍ବାରା କର୍ମଚାରୀମାନେ କାର୍ଯ୍ୟାଳୟରେ କମ୍‌ ସମୟ ରହିବେ ଏବଂ ପରିବାର ସହ ଅଧିକ ସମୟ ଅତିବାହିତ କରିବାର ସୁଯୋଗ ପାଇବେ ବୋଲି ସରକାର ବିଚାର କରୁଛନ୍ତି। ସପ୍ତାହର ଅବଶିଷ୍ଟ ୨ଦିନ ଛୁଟି ପାଇଁ ଦରମା କଟାଯିବ ନାହିଁ। ଦେଶର ବିଭିନ୍ନ କମ୍ପାନୀ ନିଜ କର୍ମଚାରୀଙ୍କ ପାଇଁ ଆସନ୍ତା ଜୁନ୍‌ରୁ ଏହାର ପ୍ରଚଳନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ଓ ଆୟାରଲାଣ୍ଡରେ ଏହି ବ୍ୟବସ୍ଥା ପ୍ରଚଳନ କରାଯାଇଛି। କାନାଡ଼ା, ଅଷ୍ଟ୍ରେଲିଆ ଓ ନ୍ୟୁଜିଳାଣ୍ଡ ସମାନ ପଦକ୍ଷେପ ନେବାକୁ ଯୋଜନା କରିଛନ୍ତି।

prayash

ପୂର୍ବରୁ ଆଇସ୍‌ଲାଣ୍ଡରେ ଏହା ସଫଳତା ଲାଭ କରିଛି। ଭାରତ ସରକାର ମଧ୍ୟ କର୍ମଚାରୀଙ୍କ ସାପ୍ତାହିକ କାର୍ଯ୍ୟଦିବସ ହ୍ରାସ ପାଇଁ ଚିନ୍ତା କରୁଥିବା ବ୍ଲୁମ୍‌ବର୍ଗ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରମ ମନ୍ତ୍ରଣାଳୟ ଏନେଇ ବିଚାରବିମର୍ଶ ଚଳାଇଥିବାବେଳେ ଶ୍ରମ ଆଇନରେ ଆବଶ୍ୟକ ସଂଶୋଧନ ଉଦ୍ୟମ ଚଳାଇଛି। ପ୍ରଚଳିତ ଶ୍ରମ ଆଇନରେ ୪ଟି ନୂଆ ଧାରା ଯୋଡ଼ାଯିବା ସହ ୨୦୨୨-୨୩ ଆର୍ଥିକ ବର୍ଷରୁ ଏହା କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି। ଭାରତରେ କର୍ମଚାରୀଙ୍କ କାର୍ଯ୍ୟ ଅବଧି ଅଧିକ ରହିବା ସମ୍ଭାବନା ରହିଛି।

kalyan agarbati

Comments are closed.