କ୍ବାଲାଲାମ୍ପୁର : ଆଇସିସି ୧୯ ବର୍ଷରୁ କମ୍ ମହିଳା ଟ୍ବେଣ୍ଟି୨୦ ବିଶ୍ବକପ ଦ୍ବିତୀୟ ସଂସ୍କରଣର ଫାଇନାଲ ରବିବାର ଖେଳାଯିବ। ଭାରତ କ୍ରମାଗତ ଦ୍ବିତୀୟ ଫାଇନାଲ ଖେଳିବାକୁ ଯାଉଥିବାବେଳେ ଟାଇଟଲ ବଜାୟ ରଖିବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଫାଇନାଲ ଖେଳିବ। ନିକି ପ୍ରସାଦଙ୍କ ନେତୃତ୍ବାଧିନ ଭାରତ ଅପରାଜୟ ସହ ଫାଇନାଲରେ ପହଞ୍ଚିଛି।
ଭାରତ ପକ୍ଷରୁ ବୋଲିଂରେ ପାରୁନିକା ସିସୋଦିଆ, ଆୟୁଷି ଶୁକ୍ଲା, ବୈଷ୍ଣବୀ ଶର୍ମା ରହିଛନ୍ତି। ପାରୁନିକା ୧୨ଟି ୱିକେଟ ନେଇଥିବାବେଳେ ବୈଷ୍ଣବୀ ମାଲେସିଆ ବିପକ୍ଷରେ ହ୍ୟାଟ୍ରିକ କରିଥିଲେ। ବ୍ୟାଟିଂରେ ଗୋଙ୍ଗାଡ଼ି ତ୍ରିଶା ୨୬୫ରନ କରିଛନ୍ତି। ବିଶ୍ବକପରେ ପ୍ରଥମ ଭାରତୀୟ ମହିଳା ଭାବେ ଶତକ ହାସଲ କରିଛନ୍ତି। ଏହାଛଡ଼ା ଶୁବନମ ସକିଲ ମଧ୍ୟ ରନ କରୁଛନ୍ତି।
ଉଭୟ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ଭାରତ ବହୁତ ଭଲ ଦଳ ରହିଛି। ଦକ୍ଷିଣ ଆଫ୍ରିକା ଅଧିନାୟିକା କାଏଲା ରୋନିକ୍ ବୋଲିଂରେ ୧୦ଟି ୱିକେଟ ନେିଥିବାବେଳେ ବ୍ୟାଟିଂରେ ଜିମା ବୋଥା ମଧ୍ୟ ରନ କରୁଛନ୍ତି। ଫାଇନାଲ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି। ମ୍ୟାଚ ଭାରତୀୟ ସମୟ ମଧ୍ୟାହ୍ନ ୧୨ଟାରୁ ଖେଳାଯିବ।



