www.samajalive.in
Saturday, December 6, 2025
26.1 C
Bhubaneswar

ସାମନ୍ତରାପୁର ଆଞ୍ଚଳିକ ମଞ୍ଚ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ

ବାଙ୍କୀ: ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତ ପଞ୍ଚାୟତର ସାମନ୍ତରାପୁର ଗ୍ରାମରେ ମଙ୍ଗଳବାର ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଖର୍ପରଚଣ୍ଡୀ ମନ୍ଦିର ପରିସରରେ ସାମନ୍ତରାପୁର ଆଞ୍ଚଳିକ ମଞ୍ଚ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସାମନ୍ତରାପୁର ଆଞ୍ଚଳିକ ସଂଘର ସମସ୍ତ ସଦସ୍ୟ, ସଭାପତି, ସମ୍ପାଦିକାମାନେ ଯୋଗଦେଇଥିବା ବେଳେ ତାଳବସ୍ତ ପଞ୍ଚାୟତର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ପଦାଧିକାରୀମାନେ ଯୋଗଦେଇ ବିଶ୍ୱ ମହିଳା ଦିବସର କାର୍ଯ୍ୟକ୍ରମକୁ ସଫଳ କରାଇଛନ୍ତି। ମଞ୍ଚର ସଭାପତି ନିଳମଣି ରାଣାଙ୍କ ସଭାପତିତ୍ୱରେ ସମ୍ପାଦିକା ସୁଲୋଚନା ରଥ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଭାବରେ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା, ମୁଖ୍ୟ ବକ୍ତା ଭାବରେ ଡମପଡା ବିଡିଓ ଶ୍ୟାମଳ କୁମାର ରାୟ, ସମ୍ମାନିତ ଅତିଥି ଭାବରେ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତ, ଜୀବିକା ମିଶନର ବ୍ଲକ ସଞ୍ଜୋଜକ ଅକ୍ଷୟ କୁମାର ଭଟ୍ଟ ପ୍ରମୁଖ ଯୋଗଦେଇ ମହିଳା ସଶକ୍ତି କରଣ ଏବଂ ଆନ୍ତର୍ଜାତିକ ମହିଳା ଦିବସ ପାଳର ଅନୁଚିନ୍ତା ପ୍ରଦାନ କରିଥିଲେ।

ଗ୍ରାମରେ ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ବିକାଶ କ୍ଷେତ୍ରରେ ମହିଳା ମାନଙ୍କର ଗୋଷ୍ଠୀ ଗଠନ ଏବଂ ତାର ପରିଚାଳନା କରାଯିବା ସହିତ ଆର୍ଥିକ ସ୍ୱାବଲମ୍ବନ କ୍ଷେତ୍ରରେ ମିଶନ ଶକ୍ତିର ସହଯୋଗ ମହିଳା ମାନଙ୍କୁ ଆଗକୁ ନେବାରେ ସକ୍ଷମ ହୋଇଥିବା ଆଲୋଚନା କରାଯାଇଛି। ଗ୍ରାମୀଣ ମହିଳାମାନେ ପରିବାରର ରୋଜଗାର କ୍ଷମତା ବଢାଇବା ପାଇଁ ପୁଅ ଓ ଝିଅଙ୍କୁ ଶିକ୍ଷିତ କରିବା ପାଇଁ ଏବଂ ସ୍ୱାବଲମ୍ବନଶୀଳ ହେବା ପାଇଁ ମିଶନ ଶକ୍ତି ମହିଳାମାନଙ୍କୁ ସଶକ୍ତ କରିବାରେ ସକ୍ଷମ ହୋଇଥିବା ଗୋଷ୍ଠୀର ସଦସ୍ୟାମାନେ ଅନୁଭବ କରିଛନ୍ତି। ସିଆପି ଆଲୋକରଶ୍ମି ସାମନ୍ତରାୟ କାର୍ଯ୍ୟକ୍ରମରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ରଖିଥିଲା ବେଳେ ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଶରତ କୁମାର ସାହୁ, ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ମିଶ୍ର, ସନ୍ତୋଷ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଗ୍ରାମର ୨ଆଗଧାଡିର ମହିଳା ତଥା ସଂଗଠିକା କାଞ୍ଚନବାଳା ଦାସ ଓ ଟିକି ରଣାଙ୍କୁ ଆଞ୍ଚଳିକ ମଞ୍ଚ ପକ୍ଷରୁ ମୁଖ୍ୟ ଅତିଥି ଶ୍ରୀ ଜେନା ଓ ବିଡିଓ ଶ୍ରୀ ରାୟ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି। କାର୍ଯ୍ୟକ୍ରମ ପରିଚାଳନାରେ ସନ୍ତୋଷୀ ରଣା, ଜୟନ୍ତୀ ରଥ, ମଞ୍ଜୁବାଳା ବାରିକ, ଚାରୁଲତା ସାହୁ, ଶାନ୍ତିଲତା ସାହୁ, ଅନସ୍ୱୟା ପ୍ରଧାନ, ଭବାନୀ କର, ରଶ୍ମିତା କରଣ, ମିତାଲି ସାହୁ ଓ ନମିତା ବେହେରା ପ୍ରମୁଖ ସହଯୋଗ କରିଥିଲେ। ଏହି ସମାବେଶରେ ପଞ୍ଚାୟତର ୨୦୦ରୁ ଅଧିକ ମହିଳା ଯୋଗଦାନ କରିଥିବା ସୂଚନା ମିଳିଛି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories