www.samajalive.in
Tuesday, December 9, 2025
26.1 C
Bhubaneswar

ମିଛ ଅସଦାଚରଣ ଅଭିଯୋଗ  କରିଥିବା ମହିଳା ଦେବେ ୨୫ ଲକ୍ଷ ଜୋରିମାନା !

ମୁମ୍ବାଇ..-  ବେଳେ ବେଳେ ଅନେକ ଲୋକ ଆଇନର ଅପବ୍ୟବହାର କରିବା ସହ ଏଥିରୁ ଫାଇଦା ଉଠାଇବା ପାଇଁ ଚେଷ୍ଚା କରିଥାଆନ୍ତି । ମିଛ ଅସଦାଚରଣ ମାମଲା ରୁଜୁ କରିବାକୁ ଧମକ ଦେବା ଜଣେ ମହିଳାଙ୍କର ପାଇଁ ବେଶ ମହଙ୍ଗା ସାବସ୍ତ୍ୟ ହୋଇଛି । ଏପରି ଘଟଣା ମୁମ୍ବାଇରେ ଘଟିଛି। ମହିଳାଜଣଙ୍କୁ ୨୫ ଲକ୍ଷ ଟଙ୍କା ଜୋରିମାନା ଦେବା ପାଇଁ ବମ୍ବେ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି ।

ଟାଇମସ୍‌ନଓ.କମ୍‌ରେ ବାହାରିଥିବା ଖବର ଅନୁଯାୟୀ ହରିୟାଣାର ନେହା ଗାନ୍ଧୀର ନାମକ  ଜଣେ ମହିଳା ଓ ତାଙ୍କ  ସ୍ୱାମୀଙ୍କୁ ୨୫ ଲକ୍ଷ ଟଙ୍କା ଜୋରିମାନା ଦେବା ପାଇଁ ଅଦାଲତ ନିର୍ଦେଶ ଦେଇଛନ୍ତି । ନେହା ଗାନ୍ଧୀର ଫିଲ୍‌ ଗୁଡ୍‌ ନାମକ କମ୍ପାନୀରେ କାମ କରନ୍ତି । ମୁମ୍ବାଇର ଶପତ ଓ କମ୍ପାନୀର ଟ୍ରେଡ ମାର୍କକୁ ସେମାନେ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା । ଏକ କାଶ ସିରଫର ଟ୍ରେଡ୍‌ ମାର୍କ ଓ ନାମକୁ ଫିଲ୍‌ ଗୁଡ ପକ୍ଷରୁ ବେଆଇନ ଭାବେ ବ୍ୟବହାର କରାଯାଉଥିବା ଶପତ କମ୍ପାନୀ ପକ୍ଷରୁ ମାମଲା ରୁଜୁ ହୋଇଥିଲା । ଅଦାଲତ ଫିଲ୍‌ଗୁଡ୍‌ କମ୍ପାନୀର ଏହି ଜିନିଷକୁ ଜବତ କରିବା ପାଇଁ ନିର୍ଦେଶ ଦେଇଥିଲେ । ଅଦାଲତର ଅଧିକାରୀ ଏହି କଫ୍‌ ସିରପ୍‌କୁ ଜବତ କରୁଥିବା ବେଳେ ନେହା ସେଠାକୁ ଆସି ସେମାନଙ୍କୁ ବାଧା ଦେଇଥିଲେ । ଏହି ସବୁ ଜିନିଷର ଭିଡିଓ ରେକର୍ଡିଂ କରାଯାଉଥିଲା । ନେହା ସେମାନଙ୍କ ବିରୁଦ୍ଧରେ ମିଛ ଅସଦାଚରଣ ମାମଲା ରୁଜୁ କରିବେ ବୋଲି ଧମକ ଦେବା ସହ କ୍ୟାମେରା ଛଡାଇ ନେଇଥିଲେ । ଏହାପରେ ଅଦାଲତରେ ମାମଲା ରୁଜୁ ହୋଇଥିଲା । କିଛି ଲୋକ ଆଇନର ଅପବ୍ୟବହାର କରି ଫାଇଦା ନେବା ପାଇଁ ପଛାଉ ନାହାନ୍ତି ବୋଲି ଜଷ୍ଟିସ୍ ଏସ୍‌ କାଟାଓ୍ୱାଲା ଟାଇମସ୍‌ଅଫ୍‌ ଇଣ୍ଡିଆକୁ ଏକ ସାକ୍ଷାତକାରରେ କହିଛନ୍ତି ।  ସମ୍ପୃକ୍ତ ମହିଳା ଜାଣିଶୁଣି ଏପରି କରି ନଥିବା   ମାନିଥିଲେ ।  ମାତ୍ର ଅଦାଲତ ଏହାକୁ ଭର୍ତ୍ସନା କରିବା ସହ ନେହା ଓ ତାଙ୍କ ସ୍ୱାମୀଙ୍କୁ ୨୫ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି ।

- Advertisement -

.

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories